ଗଜପତି ଜିଲ୍ଲାର ଯୁବ କଳାକାର ନରସିଂହ ଚରତିଙ୍କୁ ଜାତୀୟ କଳା ତିଳକ ସମ୍ମାନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୦୨୧ ଜାନୁଆରୀ ୨ ରୁ ୮ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ କଟକ ମହୋତ୍ସବ ଅଲ୍ ଇଣ୍ଡିଆ ଡ୍ୟାନ୍ସ , ମ୍ୟୁଜିକ ଆଣ୍ଡ ରିସାଇଟେସନ୍ ଫେଷ୍ଟିଭଲରେ ଗଜପତି ଜିଲ୍ଲାର କାଶୀନଗର ବ୍ଲକ କେ.ସୀତାପୁର ଗ୍ରାମର ଯୁବ କଳାକାର ନରସିଂହ ପ୍ରସାଦ ଚରତିଙ୍କୁ ଜାତୀୟ କଳା ତିଳକ ସମ୍ମାନ ମିଳିଛି।

କରୋନା କଟକଣା ଯୋଗୁଁ ଏହି ପ୍ରତିଯୋଗିତା ଅନ୍ ଲାଇନ୍ ମାଧ୍ୟମରେ ହୋଇଥିଲା। ଗଜପତି ଜିଲ୍ଲାର ଏହି ଯୁବ କଳାକାର ତବଲା ବାଦନରେ ଅଂଶ ଗ୍ରହଣ କରିଥିଲେ। ଉତ୍କଳ ଯୁବ ସାଂସ୍କୃତିକ ସଂଘ ପକ୍ଷରୁ ଡାକ ଯୋଗେ ଏହି ସମ୍ମାନ ତାଙ୍କ ପାଖକୁ ପଠାଇଥିଲେ।

ପାରଳାଖେମୁଣ୍ଡି ସ୍ଥିତ ଭକ୍ତି ସଙ୍ଗୀତ ସଂସଦ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କଳାସାରଥି ଗୁରୁ ରଘୁନାଥ ପାତ୍ର , ଗୁରୁ ବିଜୟ ଚନ୍ଦ୍ର ପ୍ରଧାନ ନରସିଂହ ପ୍ରସାଦ ଚରତିଙ୍କୁ ଏହି ପ୍ରମାଣପତ୍ର , ସ୍ମାରକୀ ଓ ଉତ୍ତରୀୟ ପ୍ରଦାନ କରିଥିଲେ। ଏହି ସମ୍ମାନ ପାଇବାପରେ ବାପା , ମାଆ , ଶିଳାଦିତ୍ୟ ରଥ , ଗୁରୁ , ନାନୀ ଏବଂ ଲିଜାଙ୍କୁ ଧନ୍ୟବାଦ ଦେଇଛନ୍ତି ନରସିଂହ।

Leave A Reply

Your email address will not be published.