ବାହର ଜିଲ୍ଲାକୁ ଅବାଧରେ ଧାନ ଚୋରାଚାଲାଣ,  ଟ୍ରକ ସହ ୩୭୦ ବସ୍ତା ଧାନ ଜବତ ।

0 2

ବୀରମହାରାଜପୁର – (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପିପିଲିକାନି ଠାରେ ଆଜି ସୁବର୍ଣ୍ଣପୁର ଜିଲା ଯୋଗାଣ ବିଭାଗ ପକ୍ଷରୁ ଚଢଉ ବେଲେ ଏକ ବେଆଇନ ଭାବେ ବାହାର ଜିଲା କୁ ଚୋରାଚାଲାଣ ହେଉଥିବା ଧାନ ବୋଝେଇ ଟ୍ରକ୍ ଜବତ । ନୟାଗଡ ଜିଲା ରୁଏହି ଟ୍ରକ( ଓଡି ୭ ଏଫ୍ ୯୨୫୯) ଯୋଗେ ୩୭୦  ବସ୍ତାରେ  ଧାନ ବୋଝେଇ ବିନୋଦ ସାହୁ ନାମକ ଜଣେ ଯୁବକ ବରଗଡ ଜିଲା ଏକ ଘରୋଇ ରାଇସ ମିଲ୍ କୁ ନେଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଚଢାଉରେ ଜିଲା ବେସାମରିକ ଯୋଗାଣ ଅଧିକାରୀ ପବିତ୍ର ସାହୁ,  ଅତିରିକ୍ତ ଯୋଗାଣ ଅଧିକାରୀ ସୁବୋଧ ହୋତା, ସହକାରୀ ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ, ଉଲୁଣ୍ଡା ଯୋଗାଣ ନିରୀକ୍ଷକ ରାଜ କିଶୋର ନାୟକ, ବୀରମହାରାଜପୁର ଯୋଗାଣ ନିରୀକ୍ଷକ ପୂର୍ଣଚନ୍ଦ୍ର ରାଉତ ପ୍ରମୁଖ ଚଢାଉରେ ସାମିଲ ଥିଲେ ।

Leave A Reply

Your email address will not be published.