“ଅନନ୍ୟା ଗଜପତି” ଆନୁକୂଲ୍ୟରେ ଫେସନ୍ ପ୍ରତିଯୋଗିତା

0 2

 ବେବି ଗଜପତିରେ ତାପସୀ କର , ମିସ୍ ଗଜପତିରେ କ୍ରିଷ୍ଣା ବହିଦାର , ମିସେସ୍ ଗଜପତିରେ କଲ୍ୟାଣୀ ପଣ୍ଡା ପ୍ରଥମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଥମ ଥର ପାଇଁ ଗଜପତି ଜିଲ୍ଲାରେ ଅନୁଷ୍ଠିତ ହୋଇଛି ଏକ ଫେସନ୍ ପ୍ରତିଯୋଗିତା “ଅନନ୍ୟା ଗଜପତି”। ପାରଳାଖେମୁଣ୍ଡି ନଗରର କାରଣ ସାହିସ୍ଥ ହନୁମାନ ମୂର୍ତ୍ତି ପାର୍ଶ୍ୱରେ ଏକ ଶୋଭନ ମୁକ୍ତ ମଞ୍ଚରେ ଏମ୍ ଏମ୍ ସ୍ପୋର୍ଟସ ପ୍ରଯୋଜିତ ମଡେଲ୍ ପ୍ରତିଯୋଗୀତା ।ଏଥିରେ କେବଳ ଝିଅ ଓ ମହିଳା ଓ ଗୃହିଣୀ ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ। 

ଭାରତୀୟ ତଥା ଉତ୍କଳୀୟ  ସଂସ୍କୃତିକୁ ଆଧାର କରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀ ମାନଙ୍କୁ ଆକର୍ଷଣୀୟ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।  ପ୍ରଥମେ ସୁଶ୍ରୀ ପ୍ରିୟଙ୍କା ସାହୁଙ୍କୁ ଗଜପତି କୁଇନ ମୁକୁଟ ପ୍ରଦାନ କଲାପରେ  ବେବି ଗଜପତି ଭାବେ ତାପସୀ କର  ପ୍ରଥମ ସ୍ଥାନ ,ତନିଶା ବେବର୍ତ୍ତା ଦ୍ଵିତୀୟ ସ୍ଥାନ ଏବଂ ସନ୍ତୋସିନୀ ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ମିସ୍ ଗଜପତିରେ ଭାବେ ସୁଶ୍ରୀ କ୍ରିଷ୍ଣା ବହିଦାର ପ୍ରଥମ ସ୍ଥାନ , ରୋଜି ପାତ୍ର ଦ୍ଵିତୀୟ ସ୍ଥାନ ଓ  ରାଜେଶ୍ୱରୀ ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିଭଳି ଗୃହିଣୀ ମାନଙ୍କ ମଧ୍ୟରେ ମିସେସ୍ ଗଜପତିରେ କଲ୍ୟାଣୀ ପଣ୍ଡା ପ୍ରଥମ ସ୍ଥାନ, ସୁଶ୍ରୀ ରଚିତା କୁମାରୀ ମହାନ୍ତି ଦ୍ବିତୀୟ ସ୍ଥାନ , ଝରଣା ରାଣୀ ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ। 

http://www.youtube.com/watch?v=ifpnp6UvGuM  

ବିଚିତ୍ରାନନ୍ଦ ବେବର୍ତ୍ତା, ମୀରାକେଲ ଡେନସ୍ ଷ୍ଟୁଡିଓର ଅଧ୍ୟକ୍ଷ ଶୁଭେନ୍ଦୁ ମୋହନ ସେନାପତି ଓ ମିସ୍ ଇଣ୍ଡିଆ ରନର୍ସ ଅପ୍ ର ପ୍ରିୟଙ୍କା ସାହୁ ବିଚାରକ ଭାବେ ରହିଥିଲେ। 

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶୁଭଶ୍ରୀ ସାହୁ ଏବଂ ସଂସିତା ପ୍ରଧାନ ମଙ୍ଗଳାଚରଣ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ୭୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ମମତା ଆପଟ ଏବଂ ଏମ ଏମ ସ୍ପୋର୍ଟସ ପରିଚାଳନା କରିଥିବାବେଳେ ମୁଖ ଅତିଥି ଭାବେ  ଭାଗବତ ପାଢୀ ଯୋଗ ଦେଇଥିଲେ।

Leave A Reply

Your email address will not be published.