ସମ୍ବଲପୁର ରେ ସାଧାରଣତନ୍ତ୍ର ଦିବସ।

0 2

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ-  ସମ୍ବଲପୁର ଜିଲ୍ଲାରେ ବୀର ପୁରୁଷ, ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ଚାରଣ ସହ ପାଳିତ ହୋଇଯାଇଛି  72 ତମ ସାଧାରଣତନ୍ତ୍ର ଦିବସ । ସହରର ନେଲସନ ମଣ୍ଡେଲା ରାଜରାସ୍ତା ରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପୋଲିସ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ ଜରିଥିଲେ ।

କୋଭିଡ ଯୋଗୁଁ ଚଳିତ ଥର ପ୍ୟାରେଡ଼ ରେ କୌଣସି NCC ଓ ସିଭିଲିଆନ ଦଳ ଅଂଶ ଗ୍ରହଣ କରିନଥିଲେ ।  କାର୍ଯ୍ୟକ୍ରମ ଶେଷରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲା ପୋଲିସ , ମହାନଗର ନିଗମ ଓ  , ସ୍ୱାସ୍ତ୍ୟ ବିଭାଗ ,ର କିଛି କର୍ମଚାରୀ ଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଏହାସହ ଜିଲ୍ଲା ସ୍ତରୀୟ ସମାରୋହରେ ସମ୍ବଲପୁର ଜିଲ୍ଲାପାଳ , ଏସପି ଙ୍କ ସମେତ ବହୁ ବରିଷ୍ଠ ସରକାରୀ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ସେହିପରି ସମ୍ବଲପୁର ସହର ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ୭୨ ତମ ସାଧାରଣତନ୍ତ୍ର ଦିବସ ପାଲନ କରାଯାଇଥିଲା ।ତେବେ ବିଭିନ୍ନ  ସମାରୋହରେ  ସହରର ବିଭିନ୍ନ ସ୍କୁଲରେ କେବଳ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତ ରେ ସମାରୋହ ପାଲନ କରାଯାଇଥିଲା ।

         

Leave A Reply

Your email address will not be published.