କୋଭିଡ କଟକଣାକୁ ଅଣଦେଖା ନ କରିବାକୁ ବିଶିଷ୍ଟ ସ୍ୱାସ୍ଥ୍ୟସେବା ବିଶେଷଜ୍ଞଙ୍କ ପରାମର୍ଶ

0 2

ଭୁବନେଶ୍ୱର(ଶାସକ ପ୍ରଶାସକ) : ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଦୁଇ ଜଣ ବିଶିଷ୍ଟ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ କୋଭିଡ-୧୯ ନିୟମକୁ କଡାକଡି ପାଳନ କରିବା ସହ ଏହି ମହାମାରୀର ପ୍ରଭାବ କମିଗଲାଣି ବୋଲି ଭୁଲ୍ ଧାରଣା ରଖିବା ଅନୁଚିତ୍ ବୋଲି ପରାମର୍ଶ ଦେଇଥିଲେ ।

ଆମେ ମହାମାରୀର କରାଳରୂପ ସରିଗଲାଣି ବୋଲି ଭାବିବା ଅନୁଚିତ୍ । ପୂର୍ବ କିଛି ମାସ ଭଳି ଆମେ ନିୟମିତ ଭାବରେ ମୁହଁରେ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ଜାରି ରଖିବା ଉଚିତ୍ । କାରଣ ଏହି ମହାମାରୀର ଭୟାବହତା ଏବେ ବି ରହିଛି ବୋଲି ବିଶ୍ୱବିଦ୍ୟାଳୟର କର୍ପୋରେଟ୍ ଅଫିସ୍ରେ ପତାକା ଉତୋଳନ ଅବସରରେ ସୂଚନା ଦେଇଛନ୍ତି ସୋଆର ପ୍ରୋ-ଚାନ୍ସେଲର୍ ତଥା ବିଶିଷ୍ଟ କାର୍ଡିଓ – ଥୋରାସିକ୍ ସର୍ଜନ୍ ପ୍ରଫେସର ଅମିତ ବାନାର୍ଜୀ ।

ଏହି ଅବସରରେ ସୋଆ କୁଳପତି ତଥା ବିଶିଷ୍ଟ ନୁ୍ୟରୋ ସର୍ଜନ୍ ପ୍ରଫେସର ଅଶୋକ କୁମାର ମହାପାତ୍ର କହିଥିଲେ ଯେ କୋଭିଡ ବିରୁଦ୍ଧରେ ଭାକ୍ସିନ୍ ଆସିଗଲାଣି ତଥାପି ଏହି ମହାମାରୀର ଭୟାବହତା ଚାଲିଗଲାଣି ବୋଲି କେହି ଭାବିବା ଉଚିତ୍ ନୁହେଁ ।

ଭାକ୍ସିନ୍ ଆସିଯିବା ଦ୍ୱାରା ଏବଂ ନୂଆ ସଂକ୍ରମିତଙ୍କ ସଂଖ୍ୟା କମିବା ଦ୍ୱାରା ବିନା କୌଣସି କଟକଣାରେ ସବୁଆଡେ ଅନାୟସରେ ବୁଲି ହେବ ବୋଲି ଲୋକେ ଭାବିବା ଆରମ୍ଭ କଲେଣି । ତେବେ ଏହା ଠିକ୍ କଥା ନୁହେଁ । ଅନେକ ଦେଶରେ ବର୍ତମାନ ସଂକ୍ରମଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଗଲାଣି  । ତେଣୁ ଆମକୁ ଏ କଥାକୁ ଏତେ ସହଜରେ ନେବା ଉଚିତ୍ ନୁହେଁ ବୋଲି ପ୍ରଫେସର ମହାପାତ୍ର କହିଥିଲେ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସୋଆରେ ପୂର୍ବ ଭଳି ଗଣତନ୍ତ୍ର ଦିବସ ପାଳନରେ ପରିବର୍ତନ କରାଯାଇ ବିଭିନ୍ନ ଅନୁଷ୍ଠାନ ଗୁଡ଼ିକରେ ପୃଥକ ପୃଥକ ଭାବେ ପତାକା ଉତୋଳନ କରାଯାଇଥିଲା ।

ଏହି ଅବସରରେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ମଧ୍ୟ ଉଦ୍ବୋଧନ ଦେଇଥିଲେ । ଗଣତନ୍ତ୍ର ଦିବସ ପାଳନ ଅବସରରେ ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭ୍ଲପ୍ମେଂଟ) ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଇନଷ୍ଟିଟ୍ୟୁଟ  ଅଫ୍ ଏଗି୍ରକଲ୍ଚରାଲ ସାଇନ୍ସେସ୍ ଡିନ୍ (ପୋଷ୍ଟ ଗ୍ରାଜୁଏଟ୍  ଷ୍ଟଡିଜ୍) ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ଇନଷ୍ଟିଟ୍ୟୁଟ ଅଫ୍ ବିଜିନେସ୍ ଆଣ୍ଡ କମ୍ପୁ୍ୟଟର୍ ଷ୍ଟଡିଜ୍ ଡିନ୍ ପ୍ରଫେସର ଅନୁପ୍ କୁମାର ସାମନ୍ତରାୟ, ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ ସାଇନ୍ସେସ ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ଇନଷ୍ଟିଟ୍ୟୁଟ ଅଫ୍ ଡେଂଟାଲ୍ ସାଇନ୍ସେସ ଡିନ୍ ପ୍ରପେସର ନୀତା ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ  କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । 

 

Leave A Reply

Your email address will not be published.