ବୀରମହାରାଜପୁର( ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବୀରମହାରାଜପୁର ଠାରେ ପରିବହନ ସୁରକ୍ଷା ମାସ ୨୦୨୧ ପାଲିତ ହୋଇଯାଇଛି । ସ୍ଥାନୀୟ ଆଦର୍ଶ ଥାନା ପରିସରରୁ ସଚେତନତା ରଥ ଓ ରାଲି ବାହାରି ମୁଖ୍ୟ ଛକ ଯାଏ ପରିକ୍ରମା କରି ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ଓ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ୍ ଚୋପଦାର ସବୁଜ ପତାକା ହଲେଇ ଏହାର ଶୁଭାରମ୍ଭ କରିଥିଲେ । ଅତିଥିମାନେ ନୂତନ ପରିବହନ ଆଇନ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସହ ଆଗକୁ ଗାଡି ମିଟର ଯାଞ୍ଚ କଡାକଡି ହେବ ବୋଲି ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏମଭିଆଇ ଜନ ପ୍ରତାପ କୁଲୁ ଏବଂ ଥାନା ଆଇଆଇସି ପ୍ରଭା ଧନ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।ବିଭାଗୀୟ କର୍ମଚାରୀ ସରିତା ଲାକ୍ରା, ଲକ୍ଷ୍ମୀ ବାରିକ, ରତ୍ନାକର ଭେସରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.