୩୦ତମ ରାଜୀବ ଗାନ୍ଧୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସମ୍ବଲପୁର ଏଫସି ଚମ୍ପିୟନ 

0 2

ରେଙ୍ଗାଲି,ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଜାମବାହାଲ ତ୍ରିଦେବ ଖେଲ ପଡିଆରେ ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ଆଜିକୁ ୩୦ ବର୍ଷ ହେବ ଆରମ୍ଭ ହୋଇଥିବା ୩୦ ତମ ରାଜିବ ଗାନ୍ଧୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ପୂର୍ବତନ ସରପଞ୍ଚ ତୁଲାଚାନ୍ଦ ଓରାମ ରାଜିବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଜାତୀୟ ପତାକାକୁ ଉତ୍ତୋଳନ କରି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ।ପ୍ରଥମ ପର୍ଯ୍ୟାୟରେ ଲିଟିଲଷ୍ଟାର,ରେଙ୍ଗାଲି ଏବଂ ହେପିନ୍ଯୁୟର କ୍ଲବ ମଧ୍ଯରେ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ରେ ସମୁଦାୟ ୮ଟି ଦଳ ଯୋଗ ଦେଇ ସେମାନଙ୍କର ଖେଲ ପ୍ରଦର୍ଶନ କରିଥିଲେ।

ଟୁର୍ଣ୍ଣାମେଣ୍ଟ ରେ ଯୋଗଦାନ କରିଥିବା ଦଲ ଗୁଡିକ ହେଲେ ଲିଟିଲ ଷ୍ଟାର ରେଙ୍ଗାଲି,ହେପିନ୍ଯୁୟର କ୍ଲବ,ରାଉରକେଲା,ଗାନ୍ଧୀ ଏସୋସିଏସନ,ରେଙ୍ଗାଲି,ସମ୍ବଲପୁର ଏଫସି,ଆଦିବାସୀ କ୍ଲବ,ରେଙ୍ଗାଲି,ଗ୍ରିନୱାଲଡ ଏସୋସିଏସନ, ବନ୍ଦବାହାଲ,ଢେଙ୍କାନାଳ ଏଫସି,ବରଗଡ ୟୁନାଇଟେଡ। ଶେଷରେ ଫାଇନାଲ ଖେଲ ସମ୍ବଲପୁର ଏଫସି ଏବଂ ଗ୍ରୀନ ଏସୋସିଏସନ ବନ୍ଦବାହାଲ ମଧ୍ଯରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଟ୍ରାଇବେକର ଜରିଆରେ ସମ୍ବଲପୁର ଏଫସି ବିଜୟ ଘୋଷିତ ହୋଇଥିବା ବେଲେ ଉପ-ବିଜେତା ଭାବରେ ବନ୍ଦବାହାଲ ଦଳ ଘୋଷିତ ହୋଇଥିଲେ। ପୁରସ୍କାର ବିତରଣି ଉତ୍ସବରେ ଅତିଥି ଭାବରେ ରାଜ୍ଯ ଏସଟି ସେଲର ସଭାପତି ଲଙ୍କେଶ୍ବର ରାବଣ,ଭିମ ଆର୍ମି ଜିଲ୍ଲା ସଭାପତି ସାନ୍ତନୁ ମୁଣ୍ଡା,ସମାଜ ସେବୀ ଗୋପାଳ ଶର୍ମା,ରିଙ୍କା ଶର୍ମା,ପ୍ରେମସାଗର ଭୋଇ,ରାଜ୍ଯ ସଂପାଦକ ଭିମ ଆର୍ମି ବିକାଶ ବୋଧ,ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ,ସୁରଜ ପୋଦ୍ଦାର ପ୍ରମୁଖ ଯୋଗଦାନ କରି ବିଜୟି ଦଲକୁ ଟ୍ରଫି ସହ ୧୦ ହଜାର ଟଙ୍କାର ଅର୍ଥ ରାଶି ଏବଂ ଉପ-ବିଜେତା ଦଳକୁ ଟ୍ରଫି ସହ ୭ ହଜାର ଟଙ୍କାର ଅର୍ଥ ରାଶି ଦେଇ ପୁରସ୍କୃତ କରିଥିଲେ। ଏହା ସହ ଅନ୍ଯ ବିଜେତାମାଙ୍କୁ ମଧ୍ଯ ଟ୍ରଫି ଦେଇ ପୁରସ୍କୃତ କରିଥିଲେ।

ରେଫରି ଭାବରେ ସାଧୁ ବେହେରା,ରାଜାରାମ ଓରାମ,କାର୍ତ୍ତିକ ଓରାମ,ବିଜୟ ଓରାମ,ଲକ୍ଷ୍ମଣ ବେହେରା ଖେଲ ପରିଚାଲନା କରିଥିଲେ। ଟୁର୍ଣ୍ଣାମେଣ୍ଟର ସୁପରିଚାଳନା ପାଇଁ ଆଦିବାସୀ ଯୁବକ ସଂଘ, ବଡପଡାର ଆୟୋଜନରେ ମହୁଲପଡା, ଜାମବାହାଲ, ରାମାପଡା,ସାଲେପଡା ଏବଂ ରେଙ୍ଗାଲି ଷ୍ଟେସନର ଆଦିବାସୀ ଯୁବକ ମାନେ ଆଦିବାସୀ ଯୁବକ ସଂଘକୁ ସହଯୋଗ କରି ଖେଲର ସୁପରିଚାଲନାରେ ସହଯୋଗ କରିଥିଲେ।

 

Leave A Reply

Your email address will not be published.