ଘୁ.ଉଦୟଗିରି ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

0 2

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କରନା କଟକଣା ମଧ୍ୟରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ପାଳିତ ହୋଇଛି ୭୨ତମ ସାଧାରଣତନ୍ତ୍ର ଦିବସ I ଏହି ମହାନ ଉତ୍ସବକୁ ପାଳନ କରିବା ପାଇଁ ପ୍ରତ୍ୟକ ବର୍ଷ ପରି ସ୍ଥାନୀୟ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ପ୍ରଶାସନ ଦ୍ୱାରା ଆୟୋଜିତ କରାଯାଇ ଥିଲା I

ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଉପ-ଜିଲ୍ଲାପାଳ ଦାୟିତ୍ବରେ ଥିବା ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ପତାକା ଉତ୍ତୋଳନ କରିବା ସହ ଜନସାଧାରଣଙ୍କ ସହଯୋଗରେ ସରକାରୀ ଯୋଜନାର ସଫଳ ରୂପାୟନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ I ଉକ୍ତ କାର୍ଯ୍ୟକ୍ରମକୁ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ କରାଯାଇ ଥିଲା I ସେହିପରି ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅଧ୍ୟକ୍ଷା ଦୀପ୍ତିରେଖା ପ୍ରଧାନ, ତହସିଲ କାର୍ଯ୍ୟାଳୟରେ ତହସିଲଦାର ବିଚିତ୍ରାନନ୍ଦ ନାୟକ, ଉପଖଣ୍ଡ ପୁଲିସ କାର୍ଯ୍ୟାଳୟରେ ଏସଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ, ପୁଲିସ କାର୍ଯ୍ୟାଳୟରେ ଆଇଆଇସି ନରେଶ କୁମାର ସାହୁ, ଅଗ୍ନିଶମ କାର୍ଯ୍ୟାଳୟରେ ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ନାଥ ଦେ, ବନାଞ୍ଚଳ କାର୍ଯ୍ୟାଳୟରେ ବନାଞ୍ଚଳ ଅଧିକାରୀଣୀ ମିନାକ୍ଷୀ କୁମୁରା, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ସଞୀବ କୁମାର ମହାପାତ୍ର, ବିଦ୍ୟୁତ କାର୍ଯ୍ୟାଳୟରେ କନିଷ୍ଟ ଯନ୍ତ୍ରୀ ପବିତ୍ର କୁମାର ସାହୁ, ହବାକ୍ ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର ପତାକା ଉତ୍ତୋଳନ କରିଥିବା ବେଳେ ସ୍ଥାନୀୟ ଗାନ୍ଧୀଛକରେ ଜି.ଉଦୟଗିରି ବ୍ୟବସାୟୀ ସଂଘର ସଭାପତି ମନୋଜ କୁମାର ମହାପାତ୍ର ପତାକା ଉତ୍ତୋଳନ କରିଥିଲେ I ଆଜିର ପବିତ୍ର ଜନରାଜ୍ୟ ଦିବସକୁ ଆନନ୍ଦ ଉତ୍ସାହର ସହ ସହରର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଟାନରେ ମଧ୍ୟ ପତାକା ଉତ୍ତୋଳନ କରାଯାଇ ପାଳନ କରାଯାଇଛି I

Leave A Reply

Your email address will not be published.