ଲଇଡା ରେ ସଡକ ସୁରକ୍ଷା ସପ୍ତାହ ପାଳିତ I 

0 2

 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ): ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ରେ ରବିବାର ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଅଛି। ଲଇଡା ସ୍ଥିତ ଦୂତିକା ସାହୁ ମହାବିଦ୍ୟାଳୟର, ଲଇଡା ଓ କତରବଗା ପୋଲିସ,ଏଲ ଏନଟି,ଓ ଆଇ ଡି ପି ଏଲ ତରଫରୁ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଅଛି। ଏଥିରେ ଲଇଡା ପୋଲିସ ଫାଣ୍ଡି ଅଧିକାରୀ ରବିନାରାୟଣ ପ୍ରଧାନ,ଲଇଡା ମହାବିଦ୍ୟାଳୟର ର ଇତିହାସ ଅଧ୍ୟାପକ ବିଶ୍ବନାଥ ପଟେଲ ,ପଦାର୍ଥ ବିଞାନ ଅଧ୍ୟାପକ ଜୟନାରାୟଣ ଶତପଥୀ,ଜୀବ ବିଞାନ ଅଧ୍ୟାପକ ପ୍ରଫୁଳ ଭୋଇ,ଗଣିତ ଅଧ୍ୟାପକ ଜେ ପି ସିଂ ତଥା ଛାତ୍ର ଛାତ୍ରୀ ପ୍ରମୁଖ ପ୍ଳାକାର୍ଡ ଧରି ଲଇଡା ଗ୍ରାମ ପରିକ୍ରମା କରି ସ୍ଳୋଗାନ ଦେଇ ବାଇକ୍ ଆରୋହି ତଥା ଯାତ୍ରିମାନଙ୍କୁ ସଡକ ସୁରକ୍ଷା ବିଷୟରେ ବୁଝାଇଥିଲେ।

 

Leave A Reply

Your email address will not be published.