ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଏନ.ସି.ସି (ନେଭାଲ) ପ୍ରାର୍ଥୀ ଚୟନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ଉଚ୍ଚ ବିଦ୍ୟାଳୟର ଚଳିତ ବର୍ଷ ପାଇଁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ନେଭାଲ) ରେ ଯୋଗଦାନ ପାଇଁ ଚୟନ ପ୍ରକ୍ରୀୟା ଅନୁଷ୍ଠିତ ହୋଇଯାଇଛି।

ସି.ପି.ଓ ବ୍ରହ୍ମପୁର ପି.କେ.ରାଓ ଚୟନ ପ୍ରକ୍ରୀୟାରେ ଯୋଗଦେଇ ୫୨ ଜଣ ଛାତ୍ରଙ୍କୁ ମନୋନୀତ କରିଥିଲେ। ଚୟନ ପାଇଁ ବିଭିନ୍ନ ପରୀକ୍ଷା ଓ ଶାରିରୀକ ଦକ୍ଷତାକୁ ମାପଦଣ୍ଡ ରୂପେ ଗ୍ରହଣ କରାଯାଇଥିଲା।

ଉକ୍ତ ଚୟନ ପ୍ରକ୍ରୀୟାକୁ ଏନ୍.ସି.ସି (ନେଭାଲ) ଶିକ୍ଷକ ହରିହର ଦାଶ ପରିଚାଳନା କରିଥିଲେ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼.ବୃଷକେତୁ ଦାଶ ଉପସ୍ଥିତ ଥିଲେ।

Leave A Reply

Your email address will not be published.