ବ୍ରାହ୍ମଣ ସୀତାପୁର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ “ଜାତୀୟ କନ୍ୟା ସନ୍ତାନ ଦିବସ” ପାଳିତ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ କେରାଣ୍ଡି ପଞ୍ଚାୟତ ସ୍ଥିତ ବ୍ରାହ୍ମଣ ସୀତାପୁର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ “ସଖୀ” ୱାନଷ୍ଟପ କେନ୍ଦ୍ର ଏବଂ ଜିଲ୍ଲା ଚାଇଲଡ଼ ଲାଇନର ମିଳିତ ଆନୁକୂଲ୍ୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । 

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଚାଇଲଡ଼ ଲାଇନ୍ ସଂଯୋଜକ ନାଗେଶ୍ୱର ଚୌଧୁରୀ ସଭାପତିତ୍ୱ କରି କନ୍ୟା ସନ୍ତାନର ସୁରକ୍ଷା ଦିଗରେ ଆଲୋକପାତ କରିଥିଲେ । ଜିଲ୍ଲା ଶିଶୁ କଲ୍ୟାଣ ସମିତି ସଦସ୍ୟା ଶ୍ରୀମତୀ ଅଳକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କନ୍ୟା ଚାଲାଣକୁ ବିରୋଧ କରାଯିବା ସହ ତାକୁ ରୋକାଯିବା ଉପରେ ବୁଝାଇ ଥିଲେ। 

“ସଖୀ” ୱାନଷ୍ଟପ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଯୋଗଦେଇ ଲିଙ୍ଗ ଭିତ୍ତିକ ହିଂସା , ବାଳିକା ମାନଙ୍କର ଅଧିକାର , ବାଲ୍ୟବିବାହ ନିଷେଧ ଆଇନ ସଂପର୍କରେ ବୁଝାଇଥିଲେ । କାଉନସିଲ୍ ର ଶ୍ରୀମତୀ ମିନା କୁମାରୀ ଟହଲ ଯୋଗଦେଇ  ଶିଶୁ ଓ ମହିଳା ଚାଲାଣ ନିଷେଧ ଆଇନ ଓ ମହିଳା ହେଲ୍ପଲାଇନ ୧୮୧ ସଂପର୍କରେ ବୁଝାଇ ଥିଲେ। 

ଅଙ୍ଗନବାଡି କର୍ମୀ ଶ୍ରୀମତୀ ପୁଷ୍ପାଞ୍ଜଳି ପଣ୍ଡା ଯୋଗଦେଇ କେନ୍ଦ୍ର ସରକାରଙ୍କର ଅଦ୍ଵିକା ଯୋଜନା ସଂପର୍କରେ ବୁଝାଇଥିଲେ । ବାଳିକା ମାନଙ୍କର ଶିକ୍ଷା , ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ର ଗୁରୁତ୍ୱ ବିଷୟରେ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ମଞ୍ଜୁଳା ଚୌଧୁରୀ , ସୁନିତା ବେହେରା , ଅନିତା ମିଶ୍ର , ସୁନିତା ରଥ , ନିର୍ମାଲ୍ୟ ପାଢ଼ୀ , ଦିବ୍ୟ ସୁଆର , ରବୀନ୍ଦ୍ର ପଣ୍ଡା ଓ ଭେଙ୍କେଟେସ୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.