ପଦ୍ମପୁର: ରବିବାର ଦିନ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜଭୁମି କୁଲାଡ଼ଠାରେ ବରଗଡ଼ ଜିଲ୍ଲା ଅନର୍ଗତ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ କବି ପ୍ରେମାନନ୍ଦ ବେହେରାଙ୍କୁ ନିରବଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସଙ୍ଗଠନ ଦ୍ବାରା “ଭଞ୍ଜ ସ୍ମୃତି ସମ୍ମାନ”ରେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହା ପୂର୍ବରୁ ଶ୍ରୀ ବେହେରା ମାଲ୍ୟବନ୍ତଶ୍ରୀ ସମ୍ମାନ, ଦୟାନିଧି ମିଶ୍ର ସାହିତ୍ୟ ସମ୍ମାନ, ମାନସିଂହ ସ୍ମୃତି ସମ୍ମାନ ଆଦି ଅନେକ ସମ୍ମାନର ଅଧିକାରୀ ହୋଇପାରିଛନ୍ତି ଏହି ଉତ୍ସବରେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ମାଟିଲଗ୍ନା ସାହିତ୍ୟ ସଂସଦର ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି, ବ୍ରହ୍ମପୁରସ୍ଥିତ ତ୍ରିଧାରା ସାହିତ୍ୟ ସଂସଦର ସମ୍ପାଦକ ଡ଼ଃ.ଲକ୍ଷ୍ମୀକାନ୍ତ ଦାଶ ମୁଖ୍ୟ ବକ୍ତା, ହାଇଦ୍ରାବାଦ ଆପୋଲୋ ହସ୍ପିଟାଲର ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡକ୍ଟର ବଦ୍ରିନାରାୟଣ ତୁମୁଲୁ, ମାଟିଲଗ୍ନା ସାହିତ୍ୟ ସଂସଦର ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା ଓ କୁଲାଡ଼ ସରପଞ୍ଚ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଭଞ୍ଜ ବଂଶୀୟ ଦାୟାଦ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଭଞ୍ଜଦେଓ ସମ୍ମାନୀତ ଅତିଥି, ଭଞ୍ଜ ସାହିତ୍ୟ ବିଶାରଦ ଶ୍ରୀଯୁକ୍ତ ମନୁନନ୍ଦ ପତି ଅନ୍ୟତମ ବକ୍ତା ଭାବରେ ଯୋଗଦେଇଥିବାବେଳେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ସାହିତ୍ୟ ବିଶାରଦ ପ୍ରଫେସର କୃତିବାସ ବିଶ୍ବାଳ ସ୍ୱଭାପତିତ୍ବ କରିଥିଲେ । ଡ଼ଃ ଗୁରୁମୁର୍ତ୍ତି ନାୟକ ସ୍ବାଗତ ଭାଷଣ ଦେଇଥିବାବେଳେ ଧନ୍ୟବାଦ ଦେଇଥିଲେ ମାଟିଲଗ୍ନା ଦକ୍ଷିଣାଞ୍ଚଳ ପରିଚାଳକ ଶ୍ରୀଯୁକ୍ତ ଅଜିତ କୁମାର ତ୍ରିପାଠୀ ।
Sign in
Sign in
Recover your password.
A password will be e-mailed to you.
Prev Post