ବୀରମହାରାଜପୁର – (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କିଶୋରୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁର୍ଷୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଗୋପପାଲି ଗାଁ କଲ୍ଯାଣ ସମିତି ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଗାଁ ସ୍ବାସ୍ଥ୍ୟ ସମୀକ୍ଷା ସଂଯୋଜକ ଅକୃର ନାଏକ ସଂଯୋଜନା କରିଥିଲେ ।ସ୍ବାସ୍ଥ୍ୟକର୍ମୀ ଶୈବାଳିନୀ ହୋତା, ଆଶା ଶାନ୍ତିଲତା ନାୟକ, ଅଙ୍ଗନୱାଡି କର୍ମୀ ଫଗୁଣ ଦେହୁରୀ ପ୍ରମୁଖ କନ୍ୟା ସନ୍ତାନ ମାନଙ୍କ ସ୍ଵାସ୍ଥ୍ୟ, ଶିକ୍ଷା, ମାନସିକ ଓ ଶାରୀରିକ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ନୃତ୍ୟରେ ଲିପି ଭୋଇ, ଗୀତରେ ଜ୍ୟୋତିର୍ମୟୀ ଜଗଦଲା, ଏଲିସା ନାୟକଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସୈରେନ୍ଦ୍ରୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ |
Sign in
Sign in
Recover your password.
A password will be e-mailed to you.
Next Post