ବର୍ଷକରେ ଥରେ ମନେ ପଡନ୍ତି ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ

0 2
  • ଅବହେଳିତ ହୋଇ ପଡିଛି ଜନ୍ମମାଟି ତଥା  ବୀରଙ୍କ ଏନ୍ତୁଡିଶାଳ ଖିଣ୍ଡା

  • ଜୋର ଧରିଲା ଜନ୍ମପୀଠ ଖିଣ୍ଡାର  ଉନ୍ନତିକରଣ  ସହ ସଂସଦରେ ପ୍ରତିମୂର୍ତ୍ତି ସ୍ଥାପନ ଦାବି

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ଆଜି ହେଉଛି ଜାତୀୟ ବୀର ସୁରେନ୍ଦ୍ର ସାଏ ଙ୍କ 213 ତମ ଜନ୍ମଜୟନ୍ତୀ । ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ  ତାଙ୍କ ଜନ୍ମପୀଠ ଖିଣ୍ଡା ସମେତ ସମ୍ବଲପୁର ପାଲିତ ହୋଇଛି ଏହି ମହାନ ସଂଗ୍ରାମୀଙ୍କ ଜୟନ୍ତୀ । ତେବେ ଏହି ମହାନସଂଗ୍ରାମୀଙ୍କ ଜୟନ୍ତୀରେ ଅବହେଳିତ ହୋଇପଡିଥିବା  ତାଙ୍କ ଜନ୍ମପୀଠ ଖିଣ୍ଡା ଗ୍ରାମରର ଉନ୍ନତିକରଣ  ସହ ସଂସଦରେ  ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଦାବି ପୁଣି ଥରେ ଯୋରଧରିଛି ।

ଆଜି ହେଉଛି ଭାରତୀୟ ସ୍ୱ।ଧିନତା ଆନ୍ଦୋଳନ ର ଆଗଧାଡିର ମହାନ ଯୋଦ୍ଧା ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜନ୍ମଜୟନ୍ତୀ । ଏହି ଜାତୀୟ ବୀର ଦେଶ ସ୍ୱ।ଧିନତା ଆନ୍ଦୋଳନ ରେ ଯୋଗଦେଇ ୩୭ ବର୍ଷ କାରାବରଣ କରିଥିଲେ । ସେ ତାଙ୍କ ସଂଗ୍ରାମମୟ ଜିବନରେ ଅସୁରଗଡ ଓ ହଜାରିବାଗ ଜେଲରେ କାରାବରଣ କରି ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିଲେ । ତେବେ ଆଜି ତାଙ୍କ ଜୟନ୍ତୀ ରେ ତାଙ୍କ ଜନ୍ମପୀଠ ଖିଣ୍ଡା ସମେତ ସମ୍ବଲପୁର ଜିଲ୍ଲା ରେ ପାଲିତ ହୋଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି  ଅର୍ପଣ କରାଯାଇଛି । ତେବେ ଆଜି ମଧ୍ୟ ଏହି ଜାତୀୟ ବୀର କୁ ଯେତେ ସମ୍ମାନ ଦେବା କଥା ତାହା ଦିଆଯାଇ ପାରିନାହିଁ । ବୀର ସୁରେନ୍ଦ୍ର ସାଏ ଙ୍କ ଏକ ପ୍ରତିମୂର୍ତ୍ତି ସଂସଦ ପରିସରରେ ସ୍ଥାପନା କରିବା ପାଇଁ ବହୁ ବର୍ଷ ହେଲା ଦାବି ହୋଇଆସୁଛି ତେବେ ଏହି ଦାବି କେବଳ ଦାବି ରେ ରହିଯାଉଛି ।

http://www.youtube.com/watch?v=5m4OTvNhWdo 

ତେବେ ଇତିହାସ ଦେଖିଲେ ଜଣାପଡେ ଯେ କୌଣସି ସ୍ୱ।ଧିନତା ଆନ୍ଦୋଳନ ରେ ୩୭ ବର୍ଷ କାରାବରଣ କରିବା ଏକ ବିରଲ  ଘଟଣା । ତେବେ ଏପରି ମହାନ ସଂଗ୍ରାମ ଙ୍କ ଯେତେ ସମ୍ମାନ ଦେବା କଥା ଆଜିଯାଏ ମିଲି ପାରିନାହିଁ । ଏହା ସହ ତାଙ୍କ ଜନ୍ମମାଟି ର ଉନ୍ନତିକରଣ ସହ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ପଦକ୍ଷେପ ନେବାପାଇଁ ପୁଣି ଥରେ ଦାବି ହୋଇଛି । ଏଥର ଜୟନ୍ତୀ ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପଧାନ, ରାଜ୍ୟ  ମନ୍ତ୍ରୀ ନବକିଶୋର ଦାସ, ସୁସାନ୍ତ ସିଂ,ସାଂସଦ ସୁରେଶ ପୁଜାରି , ବିଧାୟକ ରୋହିତ ପୁଜାରି, ନାଉରି ନାଏକ ଯୋଗଦେଇ ଜନ୍ମପୀଠର ଉନ୍ନତିକରଣ ପାଇଁ ପଦକ୍ଷେପ ନେବା କଥା ପୁଣି ଥରେ କହିଛନ୍ତି ।  ତେବେ ଏଥର ଜୟନ୍ତୀ ସଭାରେ  ବୀର ସୁରେନ୍ଦ୍ର ସାଏଙ୍କ ଉପଯୁକ୍ତ ସମ୍ମାନ ଦେବା ସହ ତାଙ୍କ ପ୍ରତିମୂର୍ତ୍ତି ସଂସଦରେ ସ୍ଥାପନା ପାଇଁ ପ୍ରତିଶ୍ରୁତି ପୁରଣ ପାଇଁ  ଯଥାଶୀଘ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି।  

 

 ପ୍ରତିବର୍ଷ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ରେ ତାଙ୍କ ଜନ୍ମପୀଠ ରେ ମାଲ୍ୟାର୍ପଣ କରି  ତାଙ୍କ ସଂଗ୍ରାମ କଥା ମନେ ପକାଇ ସମସ୍ତ ଭୁଲିଯାଆନ୍ତି । ତେବେ ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସ୍ଥାପନା ସହ ତାଙ୍କ ଜନ୍ମମାଟି ର ଉନ୍ନତିକରଣ କଲେ ଯାଇ ତାହାହିଁ ହେବେ ଏହି ବୀର ସଂଗ୍ରାମୀ ଙ୍କ ପାଇଁ ପ୍ରକୃତ ସମ୍ମାନ। ଏହା ସହ ବିଭିନ୍ନ ସଂଗଠନ ପକ୍ଷରୁ ତଥା ରେଙ୍ଗାଲି ଟାଇଗର ପ୍ରତିଷ୍ଠାତା ସଭାପତି ଚିନ୍ତା ମଣି ବାଗ ନେତୃତ୍ବରେ ଶତାଧିକ ଯୁବକ ଏକ ଶୋଭାଯାତ୍ରାରେ ବାହାରି ବୀର ସୁରେନ୍ଦ୍ର ସାଏ ଜନ୍ମପୀଠକୁ ପହଞ୍ଚି ବୀରଙ୍କ  ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସମ୍ମାନ ପ୍ରଦର୍ଶନ କରିଥିଲେ। 

Leave A Reply

Your email address will not be published.