ଦୁଇ ମହାନାୟକଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଲେ ଶ୍ରଦ୍ଧାଞ୍ଜଳି 

0 2

ଭୁବନେଶ୍ୱର (ଶାସକ ପ୍ରଶାସକ)ଭାରତୀୟ ସ୍ୱାଧୀନତା ସଂଗ୍ରାମର ଦୁଇ ଅଦମ୍ୟ ମହାରଥୀ ତଥା ସ୍ୱତନ୍ତ୍ରତା ଯୁଦ୍ଧର ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କୁ ସେମାନଙ୍କ ପୁଣ୍ୟ ଜନ୍ମତିଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି | 

ନେତାଜୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ” ଓଡ଼ିଶାର ବରପୁତ୍ର, ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ତାଙ୍କର ଦୃଢ ଆତ୍ମବିଶ୍ଵାସ, ଅନନ୍ୟ ବିଚାରଧାରା ଓ ଦେଶ ପ୍ରତି ସମପର୍ଣ ଭାବ ସର୍ବଦା ପ୍ରେରଣାଦାୟୀ।”

ସେହିପରି ମହାନ ସେନାନୀ ବୀର ସୁରେନ୍ଦ୍ର ସାଏଙ୍କ ଉଦ୍ଦେଶ୍ୟରେ ନିଜ ଶ୍ରଦ୍ଧାସୁମନ ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି “ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ଆଦିବାସୀ ତଥା ସାଧାରଣ ଜନତାଙ୍କ ସ୍ଵାର୍ଥ ରକ୍ଷା ପାଇଁ ସମ୍ବଲପୁରରେ ବ୍ରିଟିସ ବିରୋଧୀ ସଶସ୍ତ୍ର ସଂଗ୍ରାମରେ ତାଙ୍କ ପରାକ୍ରମ ଏବଂ ବଳିଦାନ ସର୍ବଦା ସ୍ମରଣୀୟ।” 

Leave A Reply

Your email address will not be published.