ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ସ୍ଥାନୀୟ ସାର୍କିଟ ହାଉସ ପରିସରରେ ଜିଲ୍ଲା ସ୍ଥରୀୟ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଟିତ ହୋଇଯାଇଛି। ପିଡ଼ି ଡ଼ିଆର, ଡିଏ ଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବାବେଳେ ବଲାଙ୍ଗୀର ଜିଲ୍ଲା ପାଳ ଚଞ୍ଚଲା ରାଣା ଙ୍କ ସଭାପତିତ୍ୱ ରେ ସଭା ପରିଚଲନା ହୋଇଥିଲା। ଯେଉଁଥିରେ ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ ,ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଜିଲ୍ଲା ପରିଷଦ ସଭାପତି ଭାରତୀ ମହନନ୍ଦ,ଜିଲ୍ଲା ପରିଷଦ ଉପସଭାପତି,ପାଟଣାଗଢ଼ ବିଧାୟକ ସରୋଜ ମେହେର,ଟିଟିଲାଗଡ଼ ଉପ ଜିଲ୍ଲାପାଳ ପ୍ରମୁଖ ମଞ୍ଚାସିନ ଅତିଥି ଥିବାବେଲେ ଜିଲ୍ଲାର ୧୪ ଟି ବ୍ଲକ ରୁ ଜିଲ୍ଲା ପରିଷଦ ସଭ୍ୟା ଙ୍କ ସହ ଉଚ୍ଚ ସ୍ଥରୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବିଭିନ୍ନ ସମସ୍ୟା ନେଇ ଆସିଥିବା ହିତାଧିକାରୀ ଉପସ୍ଥିତ ଥିଲେ। ତେବେ ଆଜିର ଏହି ଜିଲ୍ଲା ସ୍ଥରୀୟ ଜିଲ୍ଲା ପରିଷଦ ବୈଠକ ଦଶମ ତମ ରେ ପଦାର୍ପଣ କରିଥିବାବେଳେ। ଚାଷୀଙ୍କ ସମସ୍ୟା,ଜଳ ପ୍ରକଳ୍ପସମସ୍ୟା, ସ୍ୱଚ୍ଛ ଭାରତ ମିଶନ ତଥା ଟୋଇଲେଟ,କୃଷି ବିଭାଗ,ବାର୍ଦ୍ଧକ୍ୟ ଭର୍ତ୍ତା,ଶିକ୍ଷା ବ୍ୟବସ୍ଥା ,ଗମନା ଗମନ ଏବଂ ଜିଲ୍ଲାରେ ଥିବା ପେକ୍ସ ର ଅନିୟମିତତା ଭଳି ସମସ୍ୟାକୁ ନେଇ ସମୀକ୍ଷା କରି ଆଲୋଚନା କରାଯାଇଥିଲା।ଯେଉଁଥିରେ ସଭା ପ୍ରାରମ୍ଭରୁ ସମସ୍ୟାର ସମାଧାନ ପାଇଁ ଉତ୍ତେଜିତ ହୋଇ ଉତ୍ତେଜନା ଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।ତେବେ ଆଜି ହୋଇଥିବା ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଗ୍ରାମବାସୀ ନିଜ ନିଜ ଗ୍ରାମ ଗୁଡ଼ିକରେ ହେଉଥିବା ସମସ୍ୟା ଓ ତାର ସମାଧାନ ପାଇଁ ମଞ୍ଚାସିନ ଅତିଥି ଙ୍କୁ ତାର ସମାଧାନ ପାଇଁ ଉତ୍ତର ରଖିବା ପାଇଁ କହିଥିବାବେଳେ।ଅନ୍ୟପଟେ ଯଥା ଶୀଘ୍ର ଏହାର ସୁ ବନ୍ଦୋବସ୍ତ ପାଇଁ ପଦକ୍ଷେପ ନିଆଯିବ ବୋଲି ବ୍ୟକ୍ତିଗତ ଭାବେ ମଞ୍ଚାସିନ ଅତିଥି ନିଜ ନିଜ ମତ ଉପସ୍ଥାପନ କରିଥିଲେ। ସେପଟେ ଚାଷୀର ସମସ୍ୟାକୁ ନେଇ ଗଭୀର ଆଲୋଚନା ହୋଇଥିଲା।ଜିଲ୍ଲା ର ପ୍ରତ୍ୟେକ ପେକ୍ସ ଗୁଡ଼ିକରେ ଟାର୍ଗେଟ ଅଭାବ ସମସ୍ୟାରୁ ହଜାର ହଜାର ଧାନ ପଡିରହୁଛି ଯାହା ଫଳରେ ଚାଷୀଙ୍କ ଧାନ ଉଠି ନ ପାରି ପେକ୍ସ ଗୁଡ଼ିକ ରେ ଧାନ ପଡିରହୁଛି।ଏବଂ ଅମଳ ଋତୁରେ କଟନୀ,ଛଟଣି, ସମସ୍ୟା ତଥା ଚାଷୀ ମାନଙ୍କ ଉପରେ ମିଲର ମାନଙ୍କ ଶୋଷଣ ନୀତିକୁ ଦୃଢ଼ ନିନ୍ଦା କରିବା ସହ ବର୍ତ୍ତମାନ ଚାଷୀ ଉପରେ ଉଭୟ ପ୍ରଶାସନ ଓ ମିଲର ମାନଙ୍କ ଶୋଷଣ ନୀତିକୁ ଘୋର ନିନ୍ଦା କରିଥିଲେ ଶ୍ରୀମତୀ ସିଂଦେଓ।ସେପଟେ ଚାଷୀଙ୍କୁ ତାର ହକ୍ ପ୍ରଦାନକରିବା ଦିଗରେ ଜିଲ୍ଲା ପ୍ରଶାସନ କୌଣସି ଆଖି ଦୃଶିଆ କାମ କରିନାହିଁ ବୋଲି ବୈଠକରେ ଉପସ୍ଥିତ ଥିବା ସଭ୍ୟ ମଧ୍ୟ ଅଭିଯୋଗ ଉପସ୍ଥାପନା କରିଥିଲେ। ଯାହା ଫଳରେ ଚାଷୀକୁଳ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ମଧ୍ୟ୍ୟ ହେଉଥିବାର ଦୃଶ୍ୟମାନ ହେଉଥିବା ଦର୍ଶାଇଥିଲେ। ଯାହା ଏବେ ଚାଷୀକୁଳ ଜିଲ୍ଲା ପ୍ରଶାସନ କୁ ନିବେଦନ କରଛନ୍ତି ଯଥାଶୀଘ୍ର ପେକ୍ସ ଗୁଡିକରେ ଲାଗିରହୁଥିବା ଟାର୍ଗେଟ ଜନିତ ସମସ୍ୟା କୁ ଦୂର କରି ସୁବନ୍ଦୋବସ୍ତ ଭଳି ପଦକ୍ଷେପ ନେବାକୁ ମିନତୀ କରିଛନ୍ତି। ଅନ୍ୟପଟେ ବଲାଙ୍ଗୀର ଜିଲ୍ଲା ପାଳ ଶ୍ରୀ ଚଞ୍ଚଲା ରାଣା ଯଥାଶୀଘ୍ର ଏହାର ସୁନ୍ଦୋବସ୍ତ କରି ଉଚିତ ପଦକ୍ଷେପ ନେବା ପାଇଁ ନିଜ ମତ ବ୍ୟକ୍ତ ରଖିଛନ୍ତି।
Sign in
Sign in
Recover your password.
A password will be e-mailed to you.