ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ଡିସିପିୟୁ କାର୍ଯ୍ୟାଳୟରେ ଶିଶୁ ମଙ୍ଗଳ ସମିତି ତରଫରୁ ଶିଶୁ ସମ୍ପର୍କ ଯାତ୍ରା ପରିପ୍ରେକ୍ଷୀରେ ପୃଷ୍ଠପୋଷକ ସହାୟତା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିଶୁ ସୁରକ୍ଷା ଅଧିକାରୀ ପ୍ରିୟଙ୍କା ସାମଲ ସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୂଖ୍ୟ ଅତିଥି ଭାବରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଜାନକୀ ବିଶ୍ବାଳ,ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁପ୍ରଭା ସେଠ୍,ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଆନନ୍ଦିନି ପାଢ଼ୀ, ସଦସ୍ୟା ମମତା ତ୍ରିପାଠୀ, ଅହଲ୍ୟା ନାଏକ ଏବଂ ଗୁଣନିଧି ଭଇଁସା ପ୍ରଭୃତି ଉପସ୍ଥିତ ଥିଲେ। ସମସ୍ତ ଅତିଥି ଶିଶୁ ସୁରକ୍ଷା ଓ ପୃଷ୍ଠପୋଷକ ସହାୟତା ଯୋଜନା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଚାଇଲ୍ଡଲାଇନ ୧୦୯୮ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜି ପର୍ଯ୍ୟନ୍ତ ଝାରସୁଗୁଡ଼ା ଜିଲ୍ଲାର ୭୪ ଜଣ ଶିଶୁଙ୍କୁ ପୃଷ୍ଠପୋଷକ ସହାୟତା ପ୍ରଦାନ କରାଯାଇଥିବା ବେଳେ ବର୍ତ୍ତମାନ ୨୧ ଜଣ ଶିଶୁ ଏହି ସହାୟତା ପ୍ରଦାନ ପାଉଛନ୍ତି ବୋଲି ସୂଚନା ମିଳିଛି। ଏହି ଅବସରରେ ପୃଷ୍ଠପୋଷକତା ପାଉଥିବା ଶିଶୁ ଓ ସେମାନଙ୍କ ଅଭିଭାବକମାନେ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ପରିଚାଳନା ଚାଇଲ୍ଡଲାଇନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ୱାନ ଷ୍ଟପ ସେଣ୍ଟର (ସଖୀ), ଜିଲ୍ଲା ଆଇନସେବା ପ୍ରାଧିକରଣ ମିଳିତ ଭାବେ କରିଥିଲେ। ଚାଇଲ୍ଡଲାଇନର କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ଓ ଡିପିସିୟୁର ସମୀର କୁମାର ମିଶ୍ର କାର୍ଯ୍ୟକ୍ରମର ଆୟୋଜନରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.