ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ୩୨ଟି ସମବାୟ ସମିତିର ସଂପାଦକମାନେ କାର୍ଯ୍ୟବନ୍ଦ କରି ଧାରଣାରେ ବସିଛନ୍ତି। ମିଳିଥିବା ସୂଚନାନୁସାରେ ତିନିଜଣ ସମବାୟ ସମିତିର ସଂପାଦକଙ୍କ ନିଲମ୍ବନ ବିରୋଧରେ ସେମାନେ ଧାରଣାରେ ବସିଛନ୍ତି। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ଲଖନପୁର,ସମରବଗା ଓ ଅତାବିରା ସମବାୟ ସମିତିର ସଂପାଦକମାନଙ୍କୁ ବିନା ଦୋଷରେ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି ବୋଲି ଏମାନେ ଅଭିଯୋଗ କରିଛନ୍ତି। ତେଣୁ ଜିଲ୍ଲାର ସମସ୍ତ ୩୨ ଜଣ ସଂପାଦକ ତାଲପଟିଆ ଫାଣ୍ଡି ଅନ୍ତର୍ଗତ ତୁର୍ଲଗା ସମବାୟ ସମିତି ସମ୍ମୁଖରେ ଧାରଣାରେ ବସି ନିଜର ସାଥୀମାନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଓ ପୁନଃନିଯୁକ୍ତି ଦାବି କରିଛନ୍ତି। ସଂପାଦକମାନଙ୍କ ଏହି ଧାରଣା ଯୋଗୁଁ ଆଜି ଜିଲ୍ଲାର ସମସ୍ତ ସମବାୟ ସମିତିରେ ତାଲା ପଡ଼ି ବନ୍ଦ ରହିଥିଲା।
Sign in
Sign in
Recover your password.
A password will be e-mailed to you.