ଲଖନପୁରଠାରେ ଶିଶୁ ସମ୍ପର୍କ ଯାତ୍ରା ଓ ଶିଶୁ ଅଧିକାର ଆଇନ ସଚେତନତା କାର୍ଯ୍ୟକ୍ରମ। 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଆଜି ଶିଶୁ ସମ୍ପର୍କ ଯାତ୍ରା ଓ ଶିଶୁ ଅଧିକାର ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଚାଇଲ୍ଡଲାଇନର କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ଶିଶୁ ମଙ୍ଗଳ ସମିତିର ସଦସ୍ୟ ଏହାର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଲଖନପୁର ବିଡିଓ ସଞ୍ଜୀବ ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁପ୍ରଭା ସେଠ୍, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ଲଖନପୁର ଥାନାଧିକାରୀ ପବିତ୍ର କିସାନ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥି ଓ ବକ୍ତାମାନେ ଶିଶୁ ଅଧିକାର, ଶିଶୁ ସୁରକ୍ଷା, ବାଲ୍ୟ ବିବାହ ଆଇନ ତଥା ଶିଶୁମାନଙ୍କ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ ସଭାପତିତ୍ବ କରିଥିଲେ ଏବଂ ଅହଲ୍ୟା ନାଏକ, ଗୁଣନିଧି ଭଏଁସା,ପ୍ରିୟଙ୍କା ସାମଲ କାର୍ଯ୍ୟକ୍ରମ ସଂପାଦନାରେ ସହଯୋଗ କରିଥିଲେ। ସଭା ପରେ ଶିଶୁ ମଙ୍ଗଳ ସମିତି ତରଫରୁ ପିତୃମାତୃହୀନ ଶିଶୁମାନଙ୍କ ପାଇଁ ଏକ ଶିବିର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଶିଶୁମାନଙ୍କ ବ୍ୟତୀତ ଅଙ୍ଗନୱାଡ଼ି କର୍ମୀ ଓ ଅଭିଭାବକମାନେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଚାଇଲ୍ଡଲାଇନ ସଦସ୍ୟା ଜ୍ୟୋତ୍ସ୍ନା ପ୍ରଧାନ, ସଖୀ କେନ୍ଦ୍ରର ବନ୍ଦନା ପଣ୍ଡା, ସୁନୀତା ଭଇଁସା ପ୍ରମୁଖ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ଚାଇଲ୍ଡଲାଇନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ୱାନ ଷ୍ଟପ ସେଣ୍ଟର (ସଖୀ), ଜିଲ୍ଲା ଆଇନସେବା ପ୍ରାଧିକରଣ ମିଳିତ ଭାବେ ଗତ ତିନିଦିନ ଧରି ଶିଶୁ ସୁରକ୍ଷା ପାଇଁ ସମ୍ପର୍କ ଯାତ୍ରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କରି ଆସୁଛନ୍ତି।

Leave A Reply

Your email address will not be published.