ଲଉଡିଦର୍ହା ଛକରେ ଚାଷୀଂକ ରାସ୍ତା ଅବରୋଧ

0 2

ଝାରବନ୍ଧ (ମନୋହର ଦାଶ ) : ଝାରବନ୍ଧ ବ୍ଲକ ଲଉଡିଦର୍ହା ପ୍ୟାକ୍ସରେ ୭୯୬ ଜଣ ଚାଷୀଂକ ୮୩୫୪୨ ବସ୍ତା ଧାନ ଗଦା ହୋଇରହିଛି। ତନ୍ମଧ୍ୟରୁ ୧୨୬ଜଣ ଚାଷୀଂକ ଟୋକନ ଲେପ୍ସ ହୋଇଯାଇଛି।କେତେକ ଚାଷୀଂକ ଧାନ ୯.୧.୨୧  ମିଲର୍ସ ନେଇଛନ୍ତି ।କିନ୍ତୁ ଆଜି ପର୍ଯ୍ୟନ୍ତ ଚାଷୀମାନେ ପ୍ରାପ୍ୟ ପାଇନାହାନ୍ତି।ମେଘୁଆ ପାଗ ଯୋଗୁଁ ଚାଷୀମାନଂକ ମୁଣ୍ତବ୍ୟଥା ବଢିଯାଇଛି।ତେଣୁ ଚାଷୀମାନେ ଲଉଡିଦର୍ହା ଚାରିଛକରେ ରାସ୍ତା ଅବରୋଧ କରିଛନ୍ତି।ଫଳରେ ଶତାଧିକ ଯାନବାହନ ରାସ୍ତା ପାର୍ଶ୍ବରେ ଜମା ହୋଇଥିଲା । ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖିନ ହୋଇଥିଲା।ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ଝାରବନ୍ଧ ତହସିଲଦାର ସୀମା ସବିତା କୁଲୁ,ବିଡିଓ ରୁନୁ ଲାକ୍ରା,ଯୋଗାଣ ଅଧିକାରୀ ଶମ୍ଭୁପ୍ରସାଦ ହରିପାଲ ,ଥାନା ଅଧିକାରୀ ଲିଲିମା ଲଲିତା ବାର୍ଲା ଆନ୍ଦୋଳନକାରୀଂକ ସହ ଆଲୋଚନା କଲା ପରେ ରାସ୍ତା ଅବରୋଧ ଉଠିଥିଲା ।  

 ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ର ଝାରବନ୍ଧ ,ଡ଼ଭା,ଲଉଡିଦରହା,ଜଗଦଲପୁର, ଅମଠି, ବିଳାଶପୁର,କନ୍ଦାଡ଼ଙ୍ଗର ଧାନ ମଣ୍ଡି ରେ ଚାଷୀ ଙ୍କ ଧାନ ଉଠୁନାହିଁ | କୁଇଣ୍ଟାଲ ପିଛା ୩କିଲୋ ଧାନ କଟା ଯାଉଛି। ଚାଷୀଙ୍କୁ ଅଖା ଯୋଗାଇବା ନିୟମ ରହିଥିବା ବେଳେ ତାହା ଯୋଗାଇ ଦିଆ ଯାଉ ନାହିଁ। ମଣ୍ଡି ରେ ଧାନ କିଣା ରେ ଅବ୍ୟବସ୍ଥା ଦେଖାଦେଇଛି।  କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ଙ୍କ ସରକାର ବୋଲି କହି ଆସୁଛନ୍ତି।ଚାଷୀଙ୍କ ଏପରି ଦୁର୍ଦ୍ଧସା କୁ କିପରି ଧାନ ଉଠିବାର ବ୍ୟବସ୍ଥା ନ କରି ଚୁପ ବସି ରହିଛନ୍ତି ବୋଲି ଚାଷୀ ମାନେ କହିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଚାଷୀ ମାନେ ଅଭିଯୋଗ କରି ଆସୁଛନ୍ତି | ଚାଷୀ ମଣ୍ଡି ରେ ଧାନ ଦେବା ୪୮ଘଣ୍ଟା ମଧ୍ୟ ରେ ଚାଷୀ ତାହାର ପ୍ରାପ୍ୟ ନଇଁ ଏକାଉଣ୍ଟ ରେ ପାଇ ଯିବ ତାହା ନିୟମ କରିଛନ୍ତି। ତାହା ମଧ୍ୟ ହୋଇ ପାରୁ ନାହିଁ।ମିଲର୍ସ ଚାଷୀ ଙ୍କ ଧାନ କିଣୁ ନାହିଁ। P.A.C.Sଚାଷୀଙ୍କ ଧାନ କିଣି ଥାଏ ଏ ନେଇ ସରକାର P.A.C.S କୁ କଛି କମିଶନ ମଧ୍ୟ ଦେଇଥାନ୍ତି। ତଥାପି ଏହି ନିୟମ ବାଟରେ ରହିଯାଇଛି। ମିଲର୍ସଙ୍କ ଏଜେଣ୍ଟ ଜରିଆରେ ଧାନ ମଣ୍ଡିରୁ କଟନୀ ଛଟନୀ ହେଉଛି। କୁଇଣ୍ଟାଲ ପିଛା ତିନି କିଲୋ ଧାନ କଟାଯିବା ସହ ଚାଷୀଙ୍କୁ ଅଖା ଦିଆଯାଉ ନାହିଁ। ଏହି ଟଙ୍କା କାହା ପକେଟ କୁ ଯାଉଛି ବୋଲି ଚାଷୀ ନେତା ଅଶୋକ କୁମାର ପଧାନ,ନନ୍ଦଲାଲ ମହାପାତ୍ର,ଗଙ୍ଗା ପଟେଲ,ମନୋଜ କୁମାର ପଧାନ,କୁବେର ସାହୁ,ଚକ୍ରଧର ଜଗତ,କିଶୋର ସାମଲ,ମହେନ୍ଦ୍ର ପଧାନ,ରମେଶ ମହାପାତ୍ର,ସରପଞ୍ଚ ବଳରାମ ଖମାରି,ସମିତି ସଭ୍ୟ ନରେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.