ଚୋରା ଚାଲାଣ ବେଳେ ଗଞ୍ଜେଇ ଗାଡିରେ ଲାଗିଲା ନିଆଁ

0 2

ମାଲକାନଗିରି ଜିଲ୍ଲା (ବି ଶ୍ରୀନିବାସ ପାତ୍ର) : ଚଲାଣଗୁଡା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାବନ୍ଧ ଗ୍ରାମ ନିକଟରେ ଆଜି ସକାଳ 07:00 ସମୟରେ  ଗୋଟିଏ ଗାଡି ଦୁର୍ଘଟଣା ହୋଇ ସେଥିରେ ନିଆଁ ଲାଗିବାର ଦେଖିବାକୁ ମିଳିଥିଲା ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ରେ  ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗାଡି ଟି ମାଲକାନଗିରି ରୁ ଆସି ଛତିଶଗଡ କୁ ଯାଉଥିବା ସମୟରେ ହଠାତ ଗାଡ଼ିଟି ଭାରସାମ୍ୟ ହରାଇ  ରାସ୍ତା କଡରେ ଥିବା ଗୋଟିଏ ଗଛ ରେ ପିଟି ହୋଇଥିଲା ପରେ ଉକ୍ତ ଗାଡି ରୁ ଦୁଇ ଜଣ ବାହାରି ଗାଡିଟି କୁ ନିଆଁ ଲଗାଇ ଦେଇ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ ଏହା ଆଗରୁ ଗାଡି ରେ ଥିବା ଗଞ୍ଜେଇ କୁ ବାହାର କରି ଜଙ୍ଗଲ ମଧ୍ୟରେ ଲୁଚାଇ ଦେଇ ଥିଲେ କିନ୍ତୁ ପରେ ଗ୍ରାମ ବାସିଙ୍କ ସାହାଯ୍ୟ ରେ  କିଛି ମାତ୍ରା ରେ ଗଞ୍ଜେଇ ଜଙ୍ଗଲ ମଧ୍ୟରୁ ଉଦ୍ଧାର କରାଯାଇଥିଲା   ପରବର୍ତୀ ସମୟରେ  ଗ୍ରାମବାସୀ ଖବର ଦେବା ପରେ  ଦମକଳ ଗାଡି ଆସି  ନିଆକୁ ଆୟତ କରିଥିଲେ  ତେବେ ଗାଡିଟି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି । ଦମକଳ ବହିନୀଙ୍କ ଯାଞ୍ଚ ସମୟରେ ଗାଡ଼ିଟିର ଡୋର ଗୁଡିକରେ  ଗଞ୍ଜେଇ ଥିବା ଦେଖିବାକୁ ମିଳିଛି ଗାଡିଟି କାହାର ଜଣା ପଡ଼ିନହିଁ  l  ବର୍ତମାନ ପୋଲିସ ପହଞ୍ଚି  ତଦନ୍ତ ଆରମ୍ଭ କରି  ଚାଳକକୁ ଖୋଜିବାକୁ ଲାଗିଛି l

Leave A Reply

Your email address will not be published.