ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଲଉଡିଦରହା ଗ୍ରାମ ପଞ୍ଚାୟତ ର ନିଲଜିପତ୍ରା ଗ୍ରାମ ର ଏକ ମୋଟର ପମ୍ପ ର ଚୋରି ଅଭିଯୋଗ ରେ ପୋଲିସ ୩ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସେମାନେ ଭଇସାଦରହା ଗ୍ରାମ ର ପର୍ଶୁରାମ ନାୟକ ,ଭୀମ ନାୟକ,ସୁରେଶ ସିଦାର ନିଲଜିପତ୍ରା ଗ୍ରାମ ର ଜୟଦେବ ପଟେଲ ଚାଷ କରିବା ପାଇଁ ତାଙ୍କ ବିଲରେ ଏକ ଗଭୀର ନଳ କୂପରେ ମୋଟର ପମ୍ପ ଲଗାଇ କିଛି ବର୍ଷ ହେଲା ଚାଷ କରି ଆସୁଥିଲେ।ଗତ ଚାରି ମାସ ତଳେ ଉକ୍ତ ପମ୍ପ ଟି ଚୋରି ହୋଇ ଯାଇଥିଲା।ଏ ନେଇ ଶ୍ରୀ ପଟେଲ ଥାନା ରେ ଅଭିଯୋଗ କରିଥିଲେ।ଏ ସମ୍ପର୍କରେ ପୋଲିସ ନଜର ରଖିଥିଲା।ବିଶ୍ୱସ୍ଥ ସୂତ୍ର ରୁ ପୋଲିସ ଖବର ପାଇ ଥାନାଧିକାରୀ ଲିଲିମାଲଳିତା ବାର୍ଳା ଙ୍କ ନିର୍ଦେଶ ରେ ଏ.ଏସ.ଆଇ ସତ୍ୟାନନ୍ଦ ଭୁଏ ଓ ତାଙ୍କ ଟିମ ଭଇସାଦରହା ଗ୍ରାମ କୁ ଯାଇ ୩ଜଣ ଅଭିଯୁକ୍ତଙ୍କୁ ଧରି ତାଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରିଥିଲେ।ଏ ବିଷୟରେ କେସ ନଂ୭/୨୧ ଧାରା ୩୭୯ ,୩୪ ରେ ମାମଲା ରୁଜୁ କରାଯାଇଛି ବୋଲି।ଏ.ଏସ.ଆଇ ଶ୍ରୀ ଭୁଏ ସାଶକ ପ୍ରସାଶକ କୁ କହିଛନ୍ତି।ଜଗଦଲପୁର ପୋଲିସ କୁ ଅଞ୍ଚଳ ରେ ପ୍ରସଂଶା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.