ସମ୍ବଲପୁର,(ରମାକାନ୍ତ ବିଶ୍ବାଳ) : କରୋନା ରୂପକ ମହାମାରି ରେ ସମସ୍ତ ଙ୍କ ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଥିଲେ । ଏଥିରେ ବିବାହ, ବ୍ରତ ପରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ବାଜା ବଜାଇ ନିଜର ଗୁଜୁରାଣ ମେଣ୍ଟାଉଥିବା କଳାକାର ମାନେ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବାହ ତଥା ଅନ୍ୟାନ୍ୟ ସାମାଜିକ କାର୍ଯ୍ୟରେ ବାଜା, ବ୍ୟାଣ୍ଡପାର୍ଟିକୁ ଅନୁମତି ପ୍ରଦାନ କରିଥିବାରୁ ପଶ୍ଚିମ ଓଡିଶା ବାଜା କଳାକାର ସଂଘ ପକ୍ଷରୁ ସଂଘର ସମ୍ବଲପୁର ଉପସଭାପତି ସୁର୍ୟା କଲେତ୍, ଉପଦେଷ୍ଟା ଇନ୍ଦ୍ରଜିତ୍ କଲେତ୍, ହୀରାକୁଦ କଳା ପରିଷଦ ସଭାପତି ରଞ୍ଜନ କୁମାର ହୋତା, ସମ୍ପାଦକ ଶ୍ରୀମନ୍ତ ବେହେରା, ସୁବଳ ବେହେରା, ଗୋପୀ ବେହେରା ପ୍ରମୁଖ ଧନ୍ୟବାଦ ଜ୍ଞାପନ କରିଛନ୍ତି । ହୀରାକୁଦ ସନ୍ତୋଷୀ ମନ୍ଦିର ଛକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଜିଲ୍ଲା ଆଇ.ଟି ସଂଯୋଜକ ଚିତ୍ତରଞ୍ଜନ ରାଉଳ, ଯୁବସମ୍ପାଦକ ମଞ୍ଜୁ ଓରାମ, କାର୍ତ୍ତିକ କଲେତ୍, ଉତ୍ତମ ବାଗ, ମହେଶ ଗର୍ଡିଆ, ନିହାର ମୁଦୁଲି ଓ ଅନ୍ୟ ମାନଙ୍କ ଉପସ୍ଥିତିରେ କୃତଜ୍ଞତା ଜ୍ଞାପନ ସହ ଧନ୍ୟବାଦ ପ୍ରଦାନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.