ଅଚ୍ୟୁତାନନ୍ଦ ବିଦ୍ୟାପୀଠର ୧୯୯୩ ମସିହା ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁମିଳନ ଉତ୍ସବ

0 2

ଭୁବନେଶ୍ୱର :  ନେମାଳ ଅଚ୍ୟୁତାନନ୍ଦ ବିଦ୍ୟାପୀଠର ୧୯୯୩ ମସିହା ଦଶମ ଶ୍ରେଣୀ ବ୍ୟାଚର ଏକ ପ୍ରାରମ୍ଭିକ ବନ୍ଧୁମିଳନ ଉତ୍ସବ ଚିତ୍ରୋତ୍ପଳା ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଛାତ୍ର ଅଧ୍ୟାପକ ବିନୟ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମସ୍ତ ପୁରାତନ ଛାତ୍ର ମାନେ ଯୋଗଦେଇ ସାମାଜିକ ଉନ୍ନତି ମୁଳକ କାର୍ଯ୍ୟ କରିବା ସହିତ ବିଦ୍ୟାଳୟର ଉନ୍ନତି ସଂପର୍କରେ ଆଲୋଚନା କରିଥିଲେ । ପରେ ପୁରାତନ ଛାତ୍ରଛାତ୍ରୀ ମାନେ ମେଧାବି ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ପାଣ୍ଠି ସଂଗ୍ରହରେ ସହାୟତା ପ୍ରଦାନ କରିବା ସହିତ ବିଦ୍ୟାଳୟ ପରିସରରେ ଏକ ନିଆରା ବଗିଚା କରାଯିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଦେଇଥିଲା । ପରେ ପ୍ରାକ୍ତନ ଛାତ୍ର ସ୍ମୃତି ରଞ୍ଜନ ବାରିକ,ପ୍ରହଲ୍ଲାଦ ପୁଝାରୀ,ଅଶ୍ବବି କୁମାର ସାହୁ,ଅଧ୍ୟାପକ ସୂର୍ଯ୍ୟନାରାୟଣ ସ୍ବାଇଁ ଶ୍ରୀକାନ୍ତ ବାରିକ ପ୍ରମୁଖଙ୍କ ପ୍ରସ୍ତାବ କ୍ରମେ ବିଦ୍ୟାଳୟର ହୀରକ ଜୟନ୍ତି ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆସନ୍ତା ମାସରେ କରାଇବା ପାଇଁ ଆଲୋଚନା କରାଯାଇଥିଲା । ଏହି ଉତ୍ସବରେ ବିଶ୍ଵନ୍ଧୁ ମହାରଣା,ବଟକୃଷ୍ଣ ସାମଲ,ଜିତରଞ୍ଜନ ସାହୁ,ରଶ୍ମିରଞ୍ଜନ ଲେଙ୍କା,ବଟକୃଷ୍ଣ ସାହୁ, ସାଗର ନାୟକ,ଜୟପ୍ରକାଶ ମହାନ୍ତି ,ଦୀପ୍ତି ସାହୁ ମନୋରମା ଦାସ,ଭକ୍ତି ଦାସ,ଝରଣା ଦାସ, ଭାଗ୍ୟଲକ୍ଷ୍ମୀ ମହାପାତ୍ର, ଅନୁସୟା ମହାପାତ୍ର,ଅପୁର୍ଣ୍ଣା ସାହୁ ପ୍ରତିମା ଦାସ,ନିରୁପମା ସାହୁ,ଶାନ୍ତିଲତା ନାୟକ ,ସେକ ନାସିର ଉଦିନ୍,ଅରୁଣ କୁମାର ବେହେରା,ଦେବେନ୍ଦ୍ର ରଣା,ଭୈରବ କାସ୍ତା ପ୍ରମୁଖ ନିଜ ମତାମତ ରଖିଥିବା ବେଳେ ତିଲକଣା ଗ୍ରାମ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ପ୍ରାକ୍ତନ ଛାତ୍ର ବିଶ୍ଵନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.