ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସୋମବାର ଦିନ ଜିଲ୍ଲାସ୍ତରୀୟ ୩୨ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ସଚେତନତା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଏବଂ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଆୟୋଜିତ ସଚେତନତା ରଥ ଓ ଶୋଭାଯାତ୍ରାର ମିଳିତ ଭାବେ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସଚେତନତା ରଥ ଓ ଶୋଭାଯାତ୍ରା ଜିଲ୍ଲାପାଳଙ୍କ ବାସଭବନରୁ ବାହାରି ନଗର ପରିକ୍ରମା କରିଥିଲା ।
ସଚେତନତା ରଥ , ସମଗ୍ର ଜିଲ୍ଲାର ୭ ଗୋଟି ବ୍ଲକରେ ପରିକ୍ରମା କରି ଜନସାଧାରଣଙ୍କୁ ସଡକ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ନେଇ ସଚେତନ କରିବ । ଏଥି ସହ ସଚେତନତା ମୂଳକ ପୋଷ୍ଟର ଓ ପ୍ରଚାରପତ୍ର ସହ ଗୀତ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯିବା ବିଭିନ୍ନ କାର୍ଯ୍ୟକ୍ରମ ରହିଛି ।
http://www.youtube.com/watch?v=RusVvI1SSi0
ଅନ୍ୟପକ୍ଷରେ ଦୁଇ ଚକିଆ ଯାନରେ ଯିବା ବେଳେ ହେଲମେଟ୍ ବ୍ୟବହାର କରିବା , ଦ୍ରୁତ ଗତିରେ ଏବଂ ମଦ୍ୟପାନ କରି ବାଇକ କି ଗାଡି ନ ଚଲାଇବା , ଦୁଇ ଚକିଆ ଯାନରେ ଦୁଇ ଜଣରୁ ଅଧିକ ନ ବସିବା , ଚାରିଚକିଆ ଗାଡ଼ିରେ ଯିବାବେଳେ ଡ୍ରାଇଭର ସିଟବେଲ୍ଟ ବାନ୍ଧିବା , ଦୁଇ ଚକିଆ କି ଚାରିଚକିଆ ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନ କରିବା , ଦୁଇ ଚକିଆ ଯାନରେ ଗାଡିିିଚାଳକ ସହ ସହଯାତ୍ରୀ ମଧ୍ୟ ହେଲମେଟ୍ ବ୍ୟବହାର କରିବା ବାଧ୍ୟତାମୂଳକ , ଦ୍ରବ୍ୟ(ଗୁଡ୍ସ୍) ପରିବହନ ଯାନରେ ପାସେଞ୍ଜର ଯାତ୍ରା ନ କରିବା ପ୍ରଭୃତି ଉପରେ ଏବଂ ଏସବୁର ଉଲଂଘନ କଲେ ଉଲଂଘନକାରୀକୁ ବିଭିନ୍ନ ରକମର ରହିଥିବା ଜୋରିମାନା ଦଣ୍ଡ ଭୋଗିବାକୁ ହେବା ପ୍ରଭୃତି ଦିଗରେ ବିଭିନ୍ନ ସ୍ତରରେ ସଚେତନ କରାଯାଉଛି ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପଟ୍ଟନାୟକ କହିଥିଲେ ।
ଏହି ସଚେତନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ଼ିଏସପି ଶ୍ରୀ ରାମକୃଷ୍ଣ ପତି , ଏମଭିଆଇ ଶ୍ରୀ ବସନ୍ତ କୁମାର ମହାପାତ୍ର , ପାରଳାଖେମୁଣ୍ଡି ଆଦର୍ଶ ଥାନାଧିକାରୀ ଶ୍ରୀ ବେବେକାନନ୍ଦ ସ୍ବାଇଁ , ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଭାକର ତ୍ରିପାଠୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଆରଟିଓ କାର୍ଯ୍ୟାଳୟର ଏସଆଇ: ଶ୍ରୀ ମୁର୍ମୁବାବୁଙ୍କ ସମେତ ବହୁ ସଂଖ୍ୟାରେ ପୋଲିସ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗ ଦେଇଥିଲେ ।