ନକଲି ସାର୍ଟିଫିକେଟ୍ ଦେଇ ଶିକ୍ଷକତା, ଜଣାପଡ଼ିବା ପରେ ଶିକ୍ଷୟିତ୍ରୀ ଫେରାର୍!

0 2

( ରେଢ଼ାଖୋଲ ସ୍ୱତନ୍ତ୍ର ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ): ଜାଲ ସାର୍ଟିଫିକେଟ ଦେଇ ଶିକ୍ଷକତା କରିବା ମହଙ୍ଗା ପଡ଼ିଲା। ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକର ଗରଗଡ଼ବାହାଲ ୟୁପି ସ୍କୁଲରୁ ଆସିଛି। ଏହି ସ୍କୁଲରେ ମନାଲିସା ଷଣ୍ଡ ୨୦୧୬ରେ ଖେଳ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ହେଲେ ୨୦୨୦ ଜାନୁଆରୀ ମାସରେ ଯେତେବେଳେ ଶିକ୍ଷୟିତ୍ରୀମାନଙ୍କ ସାର୍ଟିଫିକେଟ୍ ଯାଞ୍ଚ ହେଲା, ସେଥିରେ ଏହା ନକଲି ବୋଲି ଜଣାପଡ଼ିଥିଲା।

ସାର୍ଟିଫିକେଟ୍ ନକଲି ବୋଲି ଜଣାପଡ଼ିବା ପରେ ଶିକ୍ଷୟିତ୍ରୀ ଜଣକ ପ୍ରଧାନ ଶିକ୍ଷକଙ୍କୁ ଇସ୍ତଫା ଦେଇ ଫେରାର ହୋଇଯାଇଛନ୍ତି। ଏ ସମ୍ବନ୍ଧରେ ବିଇଓ ଶିକ୍ଷା ବିଭାଗକୁ ଜଣାଇଥିବା କହିଛନ୍ତି। ସେହିପରି ଜିଲ୍ଲାରେ ଏମିତି ଆଉ କିଛି ଘଟଣା ମଧ୍ୟ ସାମ୍ନାକୁ ଆସିଛି। ତ୍ରୀବଣପୁର ୟୁପି ସ୍କୁଲରେ ରେଣୁଲତା ପ୍ରଧାନ ୧୯୯୩ ମସିହାରେ ଏବଂ ମୀନତି ବାଳା ମଲ୍ଲ ୧୯୯୩ରେ ସାର୍ଟିଫିକେଟ୍ ନେଇ ନିଯୁକ୍ତି ପାଇଥିଲେ।

ତେବେ ଏ ନେଇ ଯେତେବେଳେ କଟକ ବୋର୍ଡ କାର୍ଯ୍ୟାଳୟରୁ ଚିଠି ଆସିଲା, ସମ୍ବଲପୁର ଡିପିସି କାର୍ଯ୍ୟାଳୟ ଏହି ତିନି ଶିକ୍ଷୟିତ୍ରୀଙ୍କୁ ଚଳିତମାସ ୪ ତାରିଖରେ କାରଣ ଦର୍ଶାଅ ନୋଟିସ୍ ପଠାଇଥିଲା। ଆସନ୍ତା ୧୯ ତାରିଖ ସୁଦ୍ଧା ଏହି ତିନିଜଣଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହା ପୂର୍ବରୁ ତିନିଜଣ ଯାକ ଶିକ୍ଷୟିତ୍ରୀ ଇସ୍ତଫା ଦେଇ ଫେରାର୍ ହୋଇଛନ୍ତି। ଏବେ ଏହି ତିନି ଶିକ୍ଷୟିତ୍ରୀଙ୍କ ଖୋଜାଖୋଜି ଜାରି ରହିଛି।

Leave A Reply

Your email address will not be published.