ମରିସସରେ ନିଖୋଜ ଓଡିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ 

0 2

ଭୁବନେଶ୍ବର,- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ମରିସସରେ ନିଖୋଜ ଓଡିଆ ଯୁବକ ଟୁନା ନାୟକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ମରିସସରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଅନ୍ତର୍ଗତ ଫାରକାପଲ୍ଲୀ ଗ୍ରାମର ସୁବାଷ ଚନ୍ଦ୍ର ନାୟକଙ୍କ ପୁଅ ଟୁନା ନାୟକ ମରିସସର ଏକ ଘରୋଇ କମ୍ପାନୀରେ ମାର୍ଚ୍ଚ ୨୦୧୭ରୁ କାମ କରୁଥିଲେ। ଟୁନା ୨୦୨୦ ମାର୍ଚ୍ଚ ମାସ ୨୦ ତାରିଖ ଦିନ ତାଙ୍କ ବାପାଙ୍କ ପାଖକୁ ପଇସା ପଠାଇବାପାଇଁ ନିକଟରେ ଥିବା ଏକ ଏଟିଏମ କୁ ଯାଇଥିଲେ। ସେହି ଦିନ ଠାରୁ ତାଙ୍କର କୌଣସି ଖୋଜ ଖବର ମିଲିନାହିଁ। ପରିବାର ଲୋକ ବହୁ ଆଡେ ଖୋଜା ଖୋଜି କରିବା ପରେ କମ୍ପାନୀ କର୍ତ୍ତୃପକ୍ଷ ଜଣାଇଥିଲେ ମଧ୍ୟ ସେମାନେ କୌଣସି ନେଇନଥିବା ଅଭିଯୋଗ କରିଛନ୍ତି। ସହାୟତା ପାଇଁ ପରିବାର ଲୋକ ଶ୍ରୀ ପଣ୍ଡାଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ।

ଅନୁରୋଧକ୍ରମେ ଶ୍ରୀ ପଣ୍ଡା ମରିସସରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ପରେ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ଟୁନାଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ସହାୟତା ଯୋଗାଇଦେବା ନିବେଦନ କରିଛନ୍ତି।

Leave A Reply

Your email address will not be published.