ଅଭିଯୋଗ : ସାମ୍ବାଦିକଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର  

0 2

ମୋବାଇଲ ଛଡାଇନେଇ ତଥ୍ୟ କଲେ ଡିଲିଟ !

.ପଦ୍ମପୁର(ଶାସକପ୍ରଶାସକ)-ବିଭିନ୍ନ ସମୟରେ ବିଭିନ୍ନ ଜାଗାରେ ଖବର ସଂଗ୍ରହ କରୁଥିବା ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରତି ଆକ୍ରମଣ ହେଉଥିବା ଖବର ସାମନାକୁ ଆସିଥାଏ । ଏଭଳି ଅଭାବନୀୟ ଅଭିଯୋଗ ଆସିଛି ଜଣେ ସରକାରୀ ବାବୁଙ୍କ ନାମରେ ।

ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅଧିନସ୍ଥ ତାଲପାଲି ଧାନ ମଣ୍ଡି ପରିସରରେ ଖବର ସଂଗ୍ରହ କରି ଯାଇ ଥିବା ସାମ୍ବାଦିକ ଶ୍ରୀ ଝସକେତନ ସାହୁ (ଗୋପାଳ)ଙ୍କୁ ଗାଇସିଲେଟ ତହସିଲଦାର ପୁଷ୍ପକ ପ୍ରଧାନ ରାଗି ଯାଇ  ଆକ୍ରମଣ ସହିତ ଅଶ୍ଳୀଳ  ଭାଷା ରେ ଗାଳି ଗୁଲଜ କରି ଶ୍ରୀ ସାହୁଙ୍କୁ  ଧକ୍କା ମାରି ତାଙ୍କରି ଠାରୁ ମୋବାଇଲ ଫୋନ କୁ ଛଡାଇ ନେଇଥିଲେ ମୋବାଇଲରୁ  ଗୁରୁତ୍ୱ ପୁର୍ଣ ତଥ୍ୟ ସବୁ କାଟି ଦେଇଥିବା ନେଇ ଥାନାରେ ସାମ୍ବାଦିକ ଶ୍ରୀ ସାହୁ ଥାନାରେ ଲିଖିତ  ଅଭିଯୋଗ କରିଛନ୍ତି  । ଶ୍ରୀ ସାହୁ ଙ୍କ ସୂଚନା ମତେ ସାମ୍ବାଦିକ  କୌଣସି ଘରୋଇ କାମରେ ସ୍ତ୍ରୀ ଙ୍କ ସହ ଜନକେଡା ଯାଇଥିଲେ | ସେଠାରୁ ଫେରିବା ସମୟରେ ତାଙ୍କରି ଗ୍ରାମ ତାଲପାଲି ଧାନମଣ୍ଡି ପରିସର କଟବହାଲ ଫେକ୍ସ କର୍ମଚାରୀ,ଆର ଏମ ସି କର୍ମଚାରୀ,ଯୋଗଣ ଅଧିକାରୀ ଓ ସ୍ଥାନୀୟ ତହସିଲଦାର ପୁଷ୍ପକ ପ୍ରଧାନ ଚାଷୀମାନଙ୍କ ସହ ଆଲୋଚନା କରୁଥଲେ  ଭିଡ଼ ଦେଖି ସ୍ତ୍ରୀ ସହ ଫେରୁ ଥିବା ଶ୍ରୀ ଝସକେତନ ସାହୁ ସାମ୍ବାଦିକ ସ୍ତ୍ରୀ ଙ୍କୁ ତାଙ୍କ ମୋଟରସାଇକେଲ ପାଖରେ ଛାଡି ଦେଇ ଧାନ ମଣ୍ଡିପାଖକୁ ଯାଇ ଧାନ ମଣ୍ଡି ସମ୍ବନ୍ଧରେ ପଚାରିବାରୁ ତହସିଲଦାର ମହାଶୟ ରାଗି ଯାଇ ଦବଙ୍ଗଗିରି ଭାବେ ସାମ୍ବାଦିକ ଙ୍କୁ ଆକ୍ରମଣ କରିଥିବା ନେଇ ସାମ୍ବାଦିକ ଝସକେତନ ସାହୁ ଗାଇସିଲଟ ଥାନାରେ ଲିଖିତ ଭାବରେ ଜଣାଇଛନ୍ତି । ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଉପରେ ଏଭଲି ଆକ୍ରମଣ କରିବା ଏକ ନିନ୍ଦନୀୟ ଘଟଣା ବୋଲି ଜିଲ୍ଲାର ବରିଷ୍ଠ ସାମ୍ବାଦିକମାନେ ମତବ୍ୟକ୍ତ କରିଛନ୍ତି | ସାମ୍ବାଦିକ ଶ୍ରୀ ସାହୁଙ୍କ ଲିଖିତ ଅଭିଯୋଗ ମିଳିଥିବା ଥାନା ବାବୁ ହରିବନ୍ଧୁ ଗଡ଼ତିଆ ସ୍ଵୀକାର କରିଥିଲେ ମଧ୍ୟ ତାକୁ ପଞ୍ଜିକରଣ କରିବାରେ ପୋଲିସର ବିଳମ୍ବକୁ ନେଇ ସାମ୍ବାଦିକମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି | ଏ ସମ୍ପର୍କରେ ତହସିଲଦାର୍ଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ବି ତାହା ସମ୍ଭବ ହୋଇପାରିନାହିଁ | 

 

Leave A Reply

Your email address will not be published.