ବରଗଡ :- କେନ୍ଦ୍ର ସରକାର ଙ୍କ ତିନି କୃଷି ଓ କୃଷକ ବିରୋଧୀ ଆଇନର ବିରୋଧ ରେ ସାରା ଦେଶର କୃଷକ ବର୍ତମାନ ରାଜରାସ୍ତାରେ । ଦିଲ୍ଲୀ ର ବିଭିନ୍ନ ସୀମାରେ ଲକ୍ଷ ଲକ୍ଷ ଚାଷୀ ବିଗତ ପଚାଶ ଦିନରୁ ଉର୍ଦ୍ଧ୍ବ ସମୟ ଧରି ପ୍ରଦର୍ଶନ କରୁଛନ୍ତି । ଇତି ମଧ୍ୟରେ କେନ୍ଦ୍ର ସରକାର ଙ୍କର ସହିତ କୃଷକ ମାନଙ୍କର ଦଶ ଥର ବାର୍ତା ସାରିଲାଣି କିନ୍ତୁ ସରକାରଙ୍କର କଠୋର ମନୋଭାବ ଓ ଜିଦ କାରଣରୁ ସବୁ ବାର୍ତା ଫେଲ । ଦିଲ୍ଲୀରେ ଆନ୍ଦୋଳନକୁ ସମ୍ମର୍ଥନ ଦେବା ପାଇଁ ଆଜି ପାଇକମାଲ ବ୍ଳକ ର ମାଣ୍ଡୋସିଲ ଠାରୁ ରାଜ ବୋଡାସମ୍ବର କୃଷକ ସଂଗଠନ,ଜୟ କିଶାନ ଆନ୍ଦୋଳନ ପଶ୍ଚିମ ଓଡ଼ିଶା ସମ୍ମନ୍ନୟ ସମିତି ପକ୍ଷରୁ ସାରା ପଦ୍ମପୁର ସବଡିଭିନ ର ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଆଣିଥିବା ତିନୋଟି ଆଇନ ଉପରେ ଲୋକ ଙ୍କୁ ଏହି ବିଲ ଦ୍ୱାରା ଚାଷୀ କେତେ କ୍ଷତିଗ୍ରସ୍ତ ହେବେ ତାହା ଜଣାଇବା ପାଇଁ ଓ ଚାଷୀ ଆନ୍ଦୋଳନ ସପକ୍ଷରେ ଜନମତ ସୃଷ୍ଟି କରିବା ଓ ଚାଷୀ ମାନଙ୍କୁ ଏକତ୍ରିତ କରିବା ପାଇଁ ଏକ ମଟର ସାଇକଲ ରେଲି ବାହାରିଛି lମାଣ୍ଡୋସିଲ ଠାରୁ ବୁକୁରାମୁଣ୍ଡା ଧାନ ମଣ୍ଡିକୁ ଲାଗି ଆୟୋଜିତ ସଭାରେ ଯୋଗଦାନ କରି ଗଲାବେଳେ ବାଇକ ରାଲି କୁ ଟେମରୀ ଗ୍ରାମ ରେ ଅଟକାଇ ଆନ୍ଦୋଳନ କାରୀ ଙ୍କୁ ବିପୁଳ ସ୍ୱାଗତ ସମ୍ଭର୍ଦ୍ଧନା ଦିଆଯାଇଥିଲା,ପରେ ଗ୍ରାମବାସୀ ଆୟୋଜିତ ସଭାରେ ପଶ୍ଶିମ ଓଡିଶା ସମ୍ମନୟ ସମିତି ର ଆବାହକ ଚାଷୀନେତା ଲିଙ୍ଗରାଜ କେନ୍ଦ୍ରସରକାର ଙ୍କ ଆଇନ ତିନୋଟି ଯଥାର୍ଥ ନୁହେଁ ଏହା କୃଷକ ମାନଙ୍କ ପାଇଁ ମୃତ୍ୟୁର ଘଣ୍ଟି ଅଟେ ବୋଲି କେନ୍ଦ୍ର ସରକାର ଙ୍କ କୃଷିନିତି ଉପରେ ପ୍ରବଳ ଗର୍ଜିଥିଲେ lଆୟୋଜିତ ସଭାରେ ଜୟ କିଶାନ ଆନ୍ଦୋଳନ ର କର୍ମକର୍ତ୍ତା ରମେଶ ମହାପାତ୍ର କୃଷକ ମାନେ ଦିର୍ଘଦିନ ଧରି ଚଳାଇଥିବା ଚାଷୀ ଆନ୍ଦୋଳନ ଇତିହାସ ରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ,ବର୍ତ୍ତମାନ ସମୟ ଆସିଛି ସରକାର ଙ୍କୁ ଉଚିତ ଜବାବ ଦେବାକୁ ଆମ ଚାଷୀଭାଇ ମାନଙ୍କ ଏକତା ଅପରିହାର୍ଯ୍ୟ ଅଟେ lଅନ୍ୟମାନଙ୍କ ମଧ୍ୟରେ ବାଳକୃଷ୍ଣ ବନଛୋର,ବିପିନ ବିହାରୀ ଠାକୁର,ଚୂଡା ପାଣିଗ୍ରାହୀ,ନୃପରାଜ ଯୋଷୀ,ଟଙ୍କଧର ପ୍ରଧାନ,ଅମୃତ ବାରିକ, କୃପାସିନ୍ଧୁ ପ୍ରଧାନ, ସଫେତ ବାରିକ, ଦିଲ୍ଲିପ ପ୍ରଧାନ ପ୍ରମୁଖ ଶତାଧିକ ଚାଷୀ ଯୋଗଦାନ କରିଥିଲେ । ବୁକୁରାମୁଣ୍ଡା ଚାଷୀ ଙ୍କ ଗହଣ କୁ ଆସି ପହଞ୍ଚିବା ପରେ ପୂର୍ଣ୍ଣମାତ୍ରା ରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବାକୁ ସମ୍ମତି ପ୍ରକାଶ କରିଥିଲେ ସ୍ଥାନୀୟ ଚାଷୀ l ଆସନ୍ତା 23.1.20210ରେ ବରଗଡ ଗାନ୍ଧୀଛକ ରେ ହେବାକୁଥିବା କୃଷକ ପ୍ରତିଷ୍ଠା ଦିବସ ରେ ଚାଷୀ ସମୂହ ଯୋଗ ଦେବାକୁ ଆହ୍ୱାନ ଦିଆଯାଇଥିଲା l
Sign in
Sign in
Recover your password.
A password will be e-mailed to you.