ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣାର୍ଥେ ନିଧି ସଂଗ୍ରହ ମହା ଅଭିଯାନ : ସହଯୋଗ ପାଇଁ ଅନୁରୋଧ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀରାମ ଜନ୍ମଭୂମୀ ମନ୍ଦିର ନିଧି ସମର୍ପଣ ସମିତିର ଆବହକତ୍ଵରେ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମୀ ଭବ୍ୟ ନିର୍ମାଣାର୍ଥେ ଦାନପାଣ୍ଠି ସଂଗ୍ରହ ନିମନ୍ତେ ବିଶେଷ ଅଭିଯାନ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

ବିଶ୍ବହିନ୍ଦୁ ସମ୍ମିଳନୀର ମାନ୍ୟତଥା ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ତଥା ମଠ ମନ୍ଦିର ନିର୍ମାଣ ସମ୍ପର୍କ ପ୍ରମୁଖ ଶ୍ରୀ ରମାକାନ୍ତ ରଥ ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗଦେଇ ଅଯୋଧ୍ୟା ଠାରେ ଶ୍ରୀରାମ ଜନ୍ମଭୂମୀର ଇତିହାସ , ମନ୍ଦିର ନିର୍ମାଣର ଭିତ୍ତି-ପ୍ରସ୍ତର ସ୍ଥାପନ ଓ ମନ୍ଦିର ନିର୍ମାଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । 

ଶ୍ରୀ ରଥ କହିଥିଲେ ଯେ , ବିଶ୍ବହିନ୍ଦୁ ପରିଷଦର ନେତୃତ୍ୱରେ ସମସ୍ତ ସାଧୁ , ସନ୍ଥ , ଆଧ୍ୟାତ୍ମିକ ସଂଗଠନ , ସମାଜସେବୀ ତଥା ସଙ୍ଘ ପରିବାରଙ୍କ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ମନ୍ଦିର ନିର୍ମାଣ ପାଇଁ ଏକ ଅଭିଯାନ ମାଧ୍ୟମରେ ପ୍ରତି ହିନ୍ଦୁ ପରିବାରକୁ ସମ୍ପର୍କ କରି ସମର୍ପଣ ନିଧି ସଂଗ୍ରହ ମହା ଅଭିଯାନ ଶୁଭାରମ୍ଭ ଅଦ୍ୟ ୧୫ ତାରିଖ ଠାରୁ ଆରମ୍ଭ ହୋଇ ଏହା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୧୫ ଦିନ ଧରି ଅନୁଷ୍ଠିତ ହେବ। ଏଥିରେ ଗଜପତି ଜିଲ୍ଲାର ୧୨୦୦ ଗ୍ରାମର ସାଢ଼େ ୩ ଲକ୍ଷ ପରିବାରକୁ ସମ୍ପର୍କ କରିବା ପାଇଁ ୧୮୫ ଟି ଟୋଲି ଗ୍ରୁପ  ବାହାରିଛନ୍ତି । 

 ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇଥିବା ୧୦ ଟଙ୍କିଆ , ୧୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ କୂପନ ମାଧ୍ୟମରେ ପରିବାରର ସମ୍ପର୍କ କରି ସମର୍ପଣ ନିଧି ସଂଗ୍ରହ କରାଯିବ । ତେଣୁ ଏହି ମହାନ କର୍ଯ୍ୟରେ ଗଜପତି ଜିଲ୍ଲାର ସମସ୍ତ ରାମଭକ୍ତ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ବିଶ୍ବହିନ୍ଦୁ ପରିଷଦ ମାଧ୍ୟମରେ ନିବେଦନ କରାଯାଉଛି ବୋଲି ବିଶ୍ବହିନ୍ଦୁ ସମ୍ମିଳନୀର ମାନ୍ୟ ଶ୍ରୀ ରମାକାନ୍ତ ରଥ କହିଛନ୍ତି । 

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସଜୀ , ଜିଲ୍ଲା ସଙ୍ଘ ଚାଳକ ଶ୍ରୀ ଗୌରାଙ୍ଗ ପାଣିଗ୍ରାହୀ , ଜିଲ୍ଲାର ନଗର ଅଭିଯାନ ଅଧ୍ୟକ୍ଷ ଶ୍ରୀ ବିନୋଦ ଚନ୍ଦ୍ର ଜେନା , ବନବାସୀ କଲ୍ୟାଣ ଆଶ୍ରମର ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶ୍ରୀ ବିଶ୍ଵାମିତ୍ର ମହାନ୍ତ , କାର୍ଯ୍ୟକ୍ରମ ସଂଯୋଜନା ଶ୍ରୀ ମୁନିନ୍ଦ୍ର ଶବର , ବିରାଗ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଅନାଦି ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.