ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ବହୁ କ୍ରୀଡା ସୁବିଧା ଉଦ୍ଘାଟିତ |

0 2

ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ ଇନଡୋର ଷ୍ଟାଡିୟମରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର, ପ୍ରମୁଖ ବିଭାଗୀୟ ଅଧିକାରୀ ଏବଂ କ୍ରୀଡ଼ାବିତ ମାନଙ୍କ ଉପସ୍ଥିତିରେ ବିଭିନ୍ନ କ୍ରୀଡା ସୁବିଧା ସହିତ କ୍ରିକେଟ୍ ଏକାଡେମୀ ମଧ୍ୟ ଉଦଘାଟନ କରିଛନ୍ତି |

ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଦ୍ୱିତଳ ବିଶିଷ୍ଟ ଜିମ୍ନାସିୟମ୍ ଉଦ୍ଘାଟନ କରିଥିବାବେଳେ ରେଳ ଇନଡୋର ଷ୍ଟାଡିୟମରେ ଟେବୁଲ୍ ଟେନିସ୍ କୋର୍ଟ, ହ୍ୟାଣ୍ଡବଲ କୋର୍ଟ, ବାସ୍କେଟବଲ କୋର୍ଟ ଏବଂ କବାଡି କୋର୍ଟ ମଧ୍ୟ ଉଦ୍ଘାଟନ କରିଛନ୍ତି | ଇନଡୋର ଷ୍ଟାଡିୟମ ପାଖରେ ମଧ୍ୟ ଏକ ଲନ ଟେନିସ କ୍ଳେକୋର୍ଟକୁ ମହାପ୍ରବନ୍ଧକ ଉଦ୍ଘାଟନ କରିଛନ୍ତି | ପରେ ମହାପ୍ରବନ୍ଧକ ଭୁବନେଶ୍ୱରର ରେଳବାଇ କ୍ରିକେଟ୍ ଷ୍ଟାଡିୟମରେ କ୍ରିକେଟ୍ ଏକାଡେମୀର ଉଦଘାଟନ କରିଥିଲେ |

କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବ ତଟ ରେଳ ସ୍ପୋର୍ଟସ ଆସୋସିଏସନ୍ (ECoRSA) ର ରେଳ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସ ଯୋଗାଇ ଦିଆଯାଇଛି ଏବଂ ବର୍ତ୍ତମାନ ଏହାକୁ ଅନେକ ସୁବିଧା ସହିତ ନବୀକରଣ କରାଯାଇଛି | ଏହି କ୍ରୀଡା କମ୍ପ୍ଲେକ୍ସରେ ବ୍ୟାଡମିଣ୍ଟନ୍, ଟେବୁଲ୍ ଟେନିସ୍, ଭଲି ବଲ୍, ବାସ୍କେଟ ବଲ, ହ୍ୟାଣ୍ଡ ବଲ, କବାଡି, କ୍ୟାରମ୍ ଏବଂ ଚେସ୍ ସହିତ ଲନ୍ ଟେନିସ୍ ଏବଂ ଜିମ୍ନାସିୟମ୍ ଓ ଯୋଗା ଇତ୍ୟାଦିର ସୁବିଧା ଯୋଗାଇଦିଆଯାଇଅଛି |  ଏହି ରେଳ ଇନଡୋର ଷ୍ଟାଡିୟମରେ ମଧ୍ୟ ଅନେକ ଜାତୀୟ କ୍ରୀଡା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି |  

କ୍ରିକେଟ୍ ଏକାଡେମୀ ସହିତ ରେଳବାଇର କ୍ରୀଡା ସୁବିଧା ଗୁଡିକ ରେଳ କର୍ମଚାରୀ, ସେମାନଙ୍କ ପିଲାମାନେ ଏବଂ ସ୍ଥାନୀୟ ଯୁବ ପିଢିଙ୍କୁ ସେମାନଙ୍କର ଅନ୍ତର୍ନିହିତ କ୍ରୀଡ଼ା ସମ୍ବନ୍ଧରେ ପ୍ରୋତ୍ସାହିତ କରିବାରେ ଏବଂ କ୍ରୀଡା ପ୍ରତି ସେମାନଙ୍କର ପ୍ରତିଭାକୁ ପ୍ରକାଶ କରିବାରେ ଏବଂ ସେମାନଙ୍କର ଦକ୍ଷତା ବିକାଶରେ ସାହାଯ୍ୟ କରିବ | ଏହି କ୍ରୀଡା ସୁବିଧା ମଧ୍ୟ କ୍ରୀଡା କାର୍ଯ୍ୟକଳାପ ପାଇଁ ଭଡା ଭିତ୍ତିରେ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ  କରାଯିବ | ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥ କ୍ରୀଡା ସଂଗଠନ ର ସଭାପତି ଶ୍ରୀ ଗୌତମ ଦତ୍ତ ଏବଂ ସମ୍ପାଦକ ଶ୍ରୀ ଅଶୋକ କୁମାର ମିଶ୍ର ଉପସ୍ଥିତ ଥିଲେ | 

 

Leave A Reply

Your email address will not be published.