ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟର ତିନି ଛାତ୍ରଙ୍କୁ ମେଧାବୃତ୍ତି ପ୍ରଦାନ 

0 2

ଭଞ୍ଜନଗର ( ନିଲୁ ବିଷୋୟୀ)-ଭଞ୍ଜନଗରର ସ୍ବେଚ୍ଛାସେବୀ ଅନୁଷ୍ଠାନ “ବିଡେକା” ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମେଧାବୀ ଗରିବ ପିଲାଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି। ଏହି କ୍ରମରେ ଭଞ୍ଜନଗର ଅଂଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟର ତିନି ଜଣ ମେଧାବୀ ଛାତ୍ର ଅଷ୍ଟମ ଶ୍ରେଣୀର ପ୍ରଭୁଜ୍ୟୋତ୍ , ସପ୍ତମ ଶ୍ରେଣୀର ଓମ ବେହେରା ଓ ଏସ ପ୍ରଦ୍ୟୁମ୍ନ ପ୍ରଧାନ ଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ମେଧାବୃତ୍ତି ପ୍ରଦାନ କରାଯାଇଛି। “ବିଡେକା” ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଗୌଡ଼,ରାକେଶ ପଟ୍ଟନାୟକ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ଉପସ୍ଥିତରେ ଏହି ମେଧାବୃତ୍ତି ପ୍ରଦାନ କରାଯାଇଥିଲା। “ବିଡେକା”ର ଏଭଳି ମହାନ କାଯ୍ୟ ପାଇଁ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟର ଅଧକ୍ଷ ଅଜିତ କୁମାର ଶତପଥୀ , ନିର୍ଦ୍ଦେଶକ ଶାନ୍ତନୁ କୁମାର ତ୍ରିପାଠୀ ସାଧୁବାଦ ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଭାପତି ଶୂଳପାଣି ଶତପଥୀ, ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ମେଧାବୃତ୍ତି ଦ୍ୱାରା ମେଧାବୀ ଗରିବ ଛାତ୍ର ଛାତ୍ରୀ ଉନ୍ନତ ଶିକ୍ଷା ଦାନ ରୁ ବଂଚିତ ହେଉଛନ୍ତି ସେହି ଛାତ୍ର ଛାତ୍ରୀ ମାନେ ନିଜେ ନିଜର ଭବିଷ୍ୟତ ତିଆରି କରିପାରିବେ ବୋଲି ବିଡେକା ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.