କୋଭିଡ କଟକଣା:- ଗୋପାଲପାଲି ଉଚ୍ଚ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ସଭା।

0 1

ସମ୍ବଲପୁର(ରମାକାନ୍ତ ବିଶ୍ବାଳ) : ସ୍କୁଲ ଖୋଲିଛି ଶିକ୍ଷାର୍ଥୀ ଓ ବିଦ୍ୟାର୍ଥୀ ମହଳରେ ଉତ୍ସାହ ଖେଳିଛି। ତେବେବି କୋଭିଦ କଟକଣା ବଳବତ୍ତର ରହିଥିବାରୁ ଅନେକ ଅବିଭାବକ ନିଜ ପିଲାଙ୍କୁ ସ୍କୁଲ ପଠାଇବାରେ ଅନିଚ୍ଛୁକ। ତେବେ ମହାନଗର ନିଗମ ଅଞ୍ଚଳରେ ଏହାକୁ ଭୟଭିତ ନହୋଇ ଶିକ୍ଷାଦାନ ପ୍ରତି ବିଦ୍ୟାର୍ଥୀ ମନ ଦେବାକୁ ଓ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିବା ଓ ନିଗମ ଅଞ୍ଚଳର ୪୬ ଉଚ୍ଚ ବିଦ୍ୟାଳୟ ଓ ଜୁନିଅର୍ ମହାବିଦ୍ୟାଳର ସମସ୍ତ ବିଦ୍ୟାର୍ଥୀଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

   ଶିକ୍ଷାର୍ଥୀ ଓ ବିଦ୍ୟାର୍ଥୀ ମନରେ ଉତ୍ସାହ ବୃଦ୍ଧି କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ପାଇଁ ଆଜି ନଗର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ୟୁନିଟ ପକ୍ଷରୁ ଗୋପାଲପାଲି ସ୍ଥିତ ଶୋଭାରାମ ବୁଦ୍ଧିଆ ଉଚ୍ଚ ବିଦ୍ୟାଳୟରୁ ସାପ୍ତାହିକ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି । ସିପିଏମ ଗୁରୁଦତ୍ତ ପୁରୋହୀତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାଧାନରେ ୟୁଏମଏଚୟୁ ପକ୍ଷରୁ ଏହି ସେବା କ୍ରମାଗତ ଭାବେ ଯୋଗାଇ ଦେବା ଓ ଆବଶ୍ୟକ ସ୍ଥଲେ  ମହାନଗର ନିଗମ ଅଧିନରେ ଥିବା ପ୍ରତିଟି ୟୁପିଏଚସି ସହିତ ଯୋଗାଯୋଗ ରଖି ସ୍କୁଲ ଓ ପରିବାର ସହିତ ସିମିତ ରହିବା ସହିତ କୋଭିଦ   ନିୟମ ପାଳନ କରିବା ସହିତ ବାହାର ଖାଦ୍ୟରୁ ନିବୃତ ରହିବାକୁ ଆଜି ସଂପୃକ୍ତ ସ୍କୁଲର ବିଦ୍ୟାର୍ଥୀ ମାନଙ୍କୁ ସଚେତନ କରାଯାଇଛି । ୟୁଏମଏଚୟୁର ଆୟୁଷ ଡାକ୍ତର ରାଜାରାମ ଷଡଙ୍ଗୀ ନିଜ ଟିମ ସହିତ ସ୍କୁଲରେ ଉପସ୍ଥିତ ୬୦ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ କରୋନା ମୁକାବିଲାରେ ବିଦ୍ୟାର୍ଥୀଙ୍କ କଣ ସବୁ ସହଯୋଗ ରହିବା ଆବଶ୍ୟକ ସେ ସଂପର୍କରେ  ସାମାକିକ ଦୂରତା ନେଇ ପୃଥକ ୩ଟି କକ୍ଷରେ ସଚେତନତାର ବାର୍ତ୍ତା ପ୍ରଦାନ ପ୍ରଦାନ କରିଥିଲେ । ଏହାକୁ ସ୍କୁଲର ପ୍ରଧାନ ଶିକ୍ଷକ ପରିଚାଳନା କରିଥିବା ବେଳେ ଦେଶଲତା ପଣ୍ତା,ବିଳାଶିନି ବାବୁ,ଅନନ୍ତ ଭୋଇ, ରାଜାରାମ ପଣ୍ଡା ପ୍ରମୁଖ ଶିକ୍ଷାର୍ଥୀ ସହଯୋଗ କରିଥିଲେ ।

         

Leave A Reply

Your email address will not be published.