ପଦ୍ମପୁର-ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ନନ୍ଦଳା ଗ୍ରାମରେ ଡ଼ଃ.ମାୟାଧର ମାନସିଂହଙ୍କ ପବିତ୍ର ଜନ୍ମମାଟିରେ ମାନସିଂହ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି। କବି ବିଷ୍ଣୁପ୍ରସାଦ ଦଳେଇଙ୍କ ପୌରହିତ୍ୟି ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ରୂପେ ସୁସହିତ୍ୟିକ ତଥା ଜ୍ଞାନଦୀପ ଅନୁଷ୍ଠାନ ର ନିର୍ଦେଶକ ଡକ୍ତର ଅଭିମନ୍ୟୁ ଜେନା, ମୁଖ୍ୟ ବକ୍ତା ରୂପରେ ପଦ୍ମପୁର, ବରଗଡ଼ର ସୁସହିତ୍ୟିକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା ଯୋଗ ଦେଇ ମାନସିଂହ ସାହିତ୍ୟ ଉପରେ ଆଲୋକପାତ କରିଥିଲେ। ବରଗଡ଼ ଜିଲ୍ଲା ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତଥା କବି ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରାଙ୍କୁ ନିରବଚ୍ଛିନ୍ନ ସାରସ୍ୱତ ସାଧନା ପାଇଁ ମାନସିଂହ ସ୍ମୃତି ସମ୍ମାନ ୨୦୨୦ ପ୍ରଦାନ କରାଯାଇଥିଲା। ସମ୍ମାନିତ ଅତିଥି ରୂପେ ମାନସିଂହ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଯୋଗେନ୍ଦ୍ର ନାଥ ନାୟକ, ଶ୍ରୀଯୁକ୍ତ ଲଷ୍ମୀକାନ୍ତ ଦଳେଇ, ଶ୍ରୀଯୁକ୍ତ ପ୍ରଫୁଲ୍ଲ ରଥ, ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ବିଷୋୟୀ ପ୍ରମୁଖ ଯୋଗ ଦେଇ ଉତ୍ସବର ଶୋଭା ବର୍ଦ୍ଧନ କରିଥିଲେ। ସଂସଦର ସମ୍ପାଦକ ଶ୍ରୀଯୁକ୍ତ ଲଳିତ କୁମାର ସ୍ୱାଇଁ ସମ୍ପଦକୀୟ ପଠନ କରିବା ସହ ସଂଯୋଜକ ଶ୍ରୀଯୁକ୍ତ ବିଦ୍ୟାଧର ଦଳବେହେରା ଅତିଥି ପରିଚୟ ଏବଂ ଶ୍ରୀଯୁକ୍ତ ବିଭୁତି ହରିଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.