“ଏକ ବସ୍ତ୍ର ଭଣ୍ଡାର” : ଜରୁରୀ ବା ଆବଶ୍ୟକ ଥିବା ଲୋକଙ୍କ ପାଇଁ  

0

 ଆବଶ୍ୟକ ଥିବା ଲୋକଙ୍କ ସହାୟତା ପାଇଁ ଏଇତ ଜୀବନ ଚାରିଟେବୁଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ଏକ ପ୍ରୟାସ 

ଝାରସୁଗୁଡ଼ା :(ସୁଭାଷ ସହାରେ): ଏଇତ ଜୀବନ ଚାରିଟେବୁଲ୍ ଟ୍ରଷ୍ଟ  ପକ୍ଷରୁ ଯୋଗେନ୍ଦ୍ର ହୋଟେଲ ପ୍ରାଙ୍ଗଣରେ “ଏକ ବସ୍ତ୍ର ଭଣ୍ଡାର”ଖୋଲା ଯାଇଛି, ଏହା ଜରୁରୀ ବା ଆବଶ୍ୟକ ଥିବା ଲୋକଙ୍କ ପାଇଁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରୟାସ ମାତ୍ର। ଏହା ଅବସପ୍ରାପ୍ତ ପ୍ରଫେସର ଶ୍ରୀଯୁକ୍ତ ଲଲିତ ମୋହନ ଦାସ ଏବଂ ଶ୍ରୀଯୁକ୍ତ ରମେଶ ଗାନ୍ଧୀଙ୍କ କର କମଳରେ ଶୁଭ ଲୋକାର୍ପିତ ହୋଇଯାଇଛି। ସମ୍ମାନୀତ ଅତିଥି ଭାବରେ ସୁରେଶ ଗାନ୍ଧୀ,ପ୍ରଦୀପ ପଣ୍ଡା,ସୁଷମା ଷଡ଼ଙ୍ଗୀ,ପ୍ରମିଳା ଗାନ୍ଧି,ପ୍ରମୁଖ  ଉପସ୍ଥିତ ରହି ସମସ୍ତ ସଦସ୍ୟଙ୍କୁ ଉତ୍ସାହିତ କରିଥିଲେ।

ସଂସ୍ଥାର ସଭାପତି ଶ୍ରୀମତୀ ବବିତା ମୋଦି ସ୍ଵାଗତ ଭାଷଣ ଦେଇ ଥିବା ବେଳେ,ଶ୍ରୀମତୀ ମିନୋରଭା ପଣ୍ଡା କାର୍ଯକ୍ରମ ପରିଚାଳନା କରିଥିଲେ।ସୁଜାତା ଅଗ୍ରୱାଲ,ସ୍ମିତା ପତ୍ରୀ ଅତିଥି ସ୍ଵାଗତ କରିଥିବା ବେଳେ,ଏକ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶ୍ରୀମତୀ ଆରତୀ ପଣ୍ଡା,ଶ୍ରୀମତୀ ସ୍ମିତା ପତ୍ରୀ,ଶ୍ରୀମତୀ ରାଜଶ୍ରୀ ମେହେର ନିଜସ୍ଵ ରଚନା କବିତା ପାଠ କରି ଥିବା ବେଳେ,ଶ୍ରୀଯୁକ୍ତ ଗାନ୍ଧୀଙ୍କ କଣ୍ଠ ର ସୁଲଳିତ ସ୍ଵରରେ ସଭା ସ୍ଥଳ ବେଶ ମନ ମୁଗ୍ଧକର ପ୍ରତୀତ ହୋଇ ଥିଲା। ଶ୍ରୀମତୀ କବିତା ପଣ୍ଡା ଆଗାମୀ କାର୍ଯ୍ୟକ୍ରମ ର ସଂକ୍ଷିପ୍ତ ବିବରଣୀ ଉପସ୍ଥାପନା କରି ଥିଲେ।ପାଙ୍କଜିନି ରାଉତ, ପୁଷ୍ପିତା ଜେନା,ଦୀପ୍ତି ଧବାଲିଆ,ପ୍ରଣତୀ ଜେନା, ପ୍ରିୟଦର୍ଶିନୀ ପୁରୋହିତ,ଚିନ୍ମୟୀ ମହାପାତ୍ର,ବିନା ସିଂ ଉପସ୍ଥିତ ଥିବା ବେଳେ,ଅନ୍ୟ ସମସ୍ତ ସଦସ୍ୟ ମିଳିମିଶି କାର୍ଯ ସମ୍ପାଦନା କରି ଥିଲେ। ଆଜିର ବସ୍ତ୍ର ଭଣ୍ଡାର ରେ ୨୫୦ ଖଣ୍ଡ ନୂତନ ବସ୍ତ୍ର ଓ ଅନେକ ପୁରୁଣା ବସ୍ତ୍ର ଗଚ୍ଛିତ କରାଯାଇ ଥିଲା। କାର୍ଯକ୍ରମର ଶେଷରେ ଏଇତ ଜୀବନ ଚେରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ସୁଜାତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ।

Leave A Reply

Your email address will not be published.