ସମ୍ବଲପୁର ଜିଲ୍ଲା ଓକିଲ ସଂଘର ବାର୍ଷିକ କ୍ରିକେଟ ପ୍ରତିଯୋଗିତା 

0

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ଜିଲ୍ଲା ଓକିଲ ସଂଘର ବାର୍ଷିକ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଚଳିତ ଥର ତୄତିୟ ବର୍ଷ ପାଇଁ ଆୟୋଜିତ ହୋଇଥିବା କ୍ରିକେଟ ପ୍ରତିଯୋଗିତା ରେ ଓକିଲ ସଂଘର ଚାରିଗୋଟି ଦଳ ଭାଗ ନେଇଥିଲେ । ସହର ର କମିସନର କଲୋନୀ କ୍ରିକେଟ କ୍ଳବ ପଡିଆ ଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ସଂଘର crpc,IPC, mact, Revenue  ଭାବରେ ଚାରିଗୋଟି କ୍ରିକେଟ ଦଳ ଗଠିତ କରାଯାଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଏକଦିବସିୟ କ୍ରିକେଟ ପ୍ରତିଯୋଗିତା ର  ଫାଇନାଲରେ  crpc ଦଳ IPC ଦଳକୁ ୯୩ ରନରେ ପରାସ୍ତ କରି ଚଳିତ ବର୍ଷ ର  ବିଜେତା ହୋଇଥିଲେ । ପ୍ରତିବର୍ଷ ଜିଲ୍ଲା ଓକିଲ ସଂଘର ସବୁ ସଭ୍ୟ ମାନଙ୍କ ମଧ୍ୟରେ  ସୁସଂପକ ସୄଷ୍ଟି ପାଇଁ ଓକିଲ ସଂଘ ଏହି ବନ୍ଧୁତ୍ୱପୂର୍ଣ୍ଣ  କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । 

Leave A Reply

Your email address will not be published.