ଶେଷରେ ଶୁଣିଲେ କାଳିଆ ଠାକୁର : ଆଉ ଲୋଡ଼ା ପଡ଼ିବନି ନେଗେଟିଭ ରିପୋର୍ଟ 

0

ପୁରୀ /ସ୍ୱତନ୍ତ୍ର ପ୍ରତିନିଧି : ଶ୍ରୀମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର | ଶେଷରେ ଶୁଣିଲେ କାଳିଆ ଠାକୁର | ଆଉ ରଖିବେନି ପ୍ରତିବନ୍ଧକ ଭକ୍ତ ଶ୍ରଦ୍ଧାଳୁ ଆଉ ତାଙ୍କ ଭିତରେ |  ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ପାଇଁ ଆଉ ଦେଖାଇବାକୁ ପଡ଼ିବନି  କୋଭିଡ ନେଗେଟିଭ୍ ରିପୋର୍ଟ । ଏ କଟକଣା ଆସନ୍ତା ଜାନୁଆରୀ ୨୧ରୁ ହଟାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ବୋଲି ଶ୍ରୀମନ୍ଦିର ସ୍ଥିତି ସମୀକ୍ଷା କରିବା ପରେ ସୂଚନ ଦେଇଛନ୍ତି ଶ୍ରୀମନ୍ଦିର  ମୁଖ୍ୟ ପ୍ରଶାସକ ଡ଼ କ୍ରିଷନ୍ କୁମାର । ପରିକ୍ଷା ମୂଳକ ଦର୍ଶନର ସମୟ ଶେଷ ପରେ ସମୀକ୍ଷା ବୈଠକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ନୀତି ନିୟମ ନିର୍ଦ୍ଧାରଣ ହୋଇଛି। ବୟସ୍କ ବ୍ୟକ୍ତିଙ୍କ ଦର୍ଶନ ପାଇଁ ଧାଡି ବ୍ୟବସ୍ଥା କରାଯିବ। ଏବେ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଦରକାର ପଡୁଥିବା ବେଳେ ଜାନୁଆରୁ ୨୧ରୁ ଏହି ରିପୋର୍ଟ ଆଉ ଦରକାର ପଡିବ ନାହିଁ। ଏଥିସହ ସକାଳ ୭ରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିବ । ଦୈନିକ ୩୦ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ। ତେବେ ସହରବାସୀଙ୍କ ପାଇଁ ସକାଳ ୭ ଯାଏଁ ସମୟ ନିର୍ଦ୍ଧାରିତ କରାଯାଇଛି ।ସକାଳ ୭ଟା ପରେ ମଧ୍ୟ ପୁରୀବାସୀ ଅନ୍ୟଲୋକଙ୍କ ପରି ଧାଡିରେ ଯାଇ ଦର୍ଶନ କରିପାରିବେ । ଏ ସମସ୍ତ ନିୟମ ଜାନୁଆରୀ ୨୧ରୁ ଫେବ୍ରୁଆରୀ ୨୧ ଯାଏଁ ଲାଗୁ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

      ମିଳିଥିବା ସୂଚନା ଅନୁଯାୟୀ ୬୫୦୦୦ ଶ୍ରଦ୍ଧାଳୁ  ପରୀକ୍ଷାମୂଳକ ବ୍ୟବସ୍ଥା ଅନ୍ତର୍ଗତ ନିୟମ ଅନୁପାଳନ କରି ଶ୍ରୀଜିଉଙ୍କ  ଦର୍ଶନ କରିଛନ୍ତି।  ଭକ୍ତଙ୍କ ଭିଡ ନିୟନ୍ତ୍ରଣ ପାଇଁ ଆବଶ୍ୟକ ସ୍ଥଳେ ବ୍ୟାରିକେଡର ବ୍ୟବସ୍ଥା କରାଯିବ । ସପ୍ତାହରେ ଥରେ ଦିନେ ସର୍ବସାଧାରଣ ବନ୍ଦ ରହିବ ବୋଲି ଜଣାପଡିଛି | 

Leave A Reply

Your email address will not be published.