ବଲାଙ୍ଗିର (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) :ଲୋଇସିଂହା ବ୍ଳକ ୨୬ନଂ ରାସ୍ତା ଉପରେ ସବ ରଖି ଅବରୋଧ କଲେ ଗ୍ରାମବାସୀ। ସୂଚନା ମୁତାବକ ଗତକାଲି ଲୋଇସିଂହା ପଦମପୁର ରାସ୍ତା ସୁଜିଆ ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଡାମୁଣ୍ଡା ଗ୍ରାମର ୧୯ ବର୍ଷର ବାଲକ କାହ୍ନା ମୁଣ୍ଡା ଙ୍କ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ତେବେ ଲୋଇସିଂହା ପୋଲିସ ସବ ଜବତ କରି ବ୍ୟବଛ୍ଛେଦ ପାଇଁ ବଲାଙ୍ଗୀର ପଠେଇ ଥିଲେ । ଆଜି ଘଟଣାକୁ ୨୪ ଘଣ୍ଟା ବିତିଗଲା ପରେ ମଧ୍ୟ ପୋଲିସ ପକ୍ଷରୁ ଘଟଣା ଘଟେଇଥିବା ଗାଡି ବିରୁଦ୍ଧରେ ତଦନ୍ତ ଅବହେଲା କରୁଥିବା ଅଭିଯୋଗ ଓ ମୃତକ ପରିବାରକୁ ଦଶଲକ୍ଷ କ୍ଷତିପୂରଣ ଦାବିରେ ଆଜି ଗ୍ରାମବାସୀ ରାଜରାସ୍ତା ଉପରେ ଶବ ରଖି ରାସ୍ତା ଅବରୋଧ କରିଥିଲେ |
Sign in
Sign in
Recover your password.
A password will be e-mailed to you.
Next Post