ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ପୋଲିସ ବେଆଇନ ମଦ କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ରେଢାଖୋଲ ଥାନା ଅନ୍ତର୍ଗତ ବଡବାହାଳ ଗ୍ରାମ ନିକଟରେ ଥିବା କ୍ଲାସିକ ଢ଼ାବାର ପ୍ରିୟବ୍ରତ ମହାପାତ୍ର(୨୬)।ପୋଲିସ ଢ଼ାବାରେ ଚଢ଼ାଉ କରି ପ୍ରାୟ ୧୧ଲିଟର ରନ୍ଧା ମହୁଲି ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଏ ସଂକ୍ରାନ୍ତରେ ରେଢାଖୋଲ ଥାନା କେସ ନମ୍ବର ୦୬/୨୦୨୧ ରେ ଏକ ମାମଲା ରୁଜୁ ହୋଇ ଗିରଫ ଯୁବକଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।
Sign in
Sign in
Recover your password.
A password will be e-mailed to you.