କୋଭିଡ୍-୧୯ ଟୀକାକରଣ ପ୍ରକ୍ରିୟାର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରୀୟ ପୂର୍ବାଭ୍ୟାସ ଡ୍ରାଇ-ରନ

0

http://www.youtube.com/watch?v=ofbiTtI1eVo 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ କୋଭିଡ୍-୧୯ ଟୀକାକରଣ ପ୍ରକ୍ରିୟାର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରୀୟ ପୂର୍ବାଭ୍ୟାସ ଡ୍ରାଇ-ରନ  କାର୍ଯ୍ୟକ୍ରମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସହରାଞ୍ଚଳ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ରାୟଗଡ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏହି କୋଭିଡ୍-୧୯ର ପୂର୍ବାଭ୍ୟାସ  ଡ୍ରାଇ-ରନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କରୋନା ମହାମାରୀକୁ ନେଇ ସାରା ବିଶ୍ବରେ ଦେଖା ଦେଇଥିବା ଆତଙ୍କର ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ପ୍ରକାରେ ସ୍ୱାସ୍ଥ୍ୟ ବିଭାଗ  ଅଧିକାରୀ ମାନଙ୍କ ଉପସ୍ଥିତିରେ କୋଭିଡ୍-୧୯ ଟୀକାକରଣ ପ୍ରକ୍ରିୟାର ପୂର୍ବାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ପାରଳାଖେମୁଣ୍ଡି ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ଡ୍ରାଇରନ ପୂର୍ବାଭ୍ୟାସ କାର୍ଯ୍ୟକ୍ରମରେ  ପୂୂର୍ବ ପ୍ରସ୍ତୁତି ପ୍ରକାରେ ଚିହ୍ନଟ କରାଯାଇଥିବା ୧୫ ଜଣ ସ୍ବାସ୍ଥ୍ୟ କର୍ମୀଙ୍କୁ ଟିକା କରଣ କରିବାର ଅଭ୍ୟାସ କରାଯାଇଥିଲା। ଏଥିପାଇଁ ଏହି କାର୍ଯ୍ୟକ୍ରମରେ ନିୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ତାଲିମ ପ୍ରାପ୍ତ  ୫ ଜଣିଆ ଏକ ଦଳକୁ ଏଥିପାଇଁ ଦାୟିତ୍ୱ ଦିଆଯାଇ  ଟୀକାକରଣ କିଭଳି ହେବ, ସେ ଉପରେ ପୂର୍ବାଭ୍ୟାସ କାର୍ଯ୍ୟକ୍ରମ ପ୍ରଦର୍ଶନ ହୋଇଥିଲା । 

ପ୍ରଥମେ ପଞ୍ଜିକୃତ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଯେଉଁମାନେ ଟୀକା ନେବେ , ସେମାନଙ୍କୁ ସିକୁରୀଟି ଗାର୍ଡ ଦ୍ୱାରା ସେନିଟାଇଜ କରାଯିବା ପରେ ସେମାନଙ୍କୁ ତାଲିମ ପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ଦ୍ୱାରା ଟିକାଦାନ କରାଯାଇଥିଲା  । ତା ପରେ ସେମାନଙ୍କୁ କୋଭିଡ୍ ସଂକ୍ରାନ୍ତୀୟ ବାର୍ତ୍ତା ଦେବା ପରେ ସେମାନଙ୍କୁ ଅଧଘଣ୍ଟା ଅବଜାରଭେସନ କକ୍ଷରେ ବସାଯାଇ ପରେ ଘରକୁ ଛଡା ଯାଇଥିଲା। କୋଭିଡ୍ ଟୀକା ପ୍ରଦାନ କରାଯିବା ପରେ ଯଦି ପାର୍ଶ୍ବ-ପ୍ରତିକ୍ରିୟା ଦେଖାଦିଏ , ତା’ହେଲେ ସେଥିପାଇଁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ମୂଳକ ପ୍ରକ୍ରିୟା ତଥା ପଦକ୍ଷେପ ନେବାପାଇଁ ପ୍ରସ୍ତୁତି ହୋଇଛି ବୋଲି ଡାଃ ଏନ. ରବିବାବୁ କହିଛନ୍ତି ।

 ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟରେ ଏହି କୋଭିଡ୍-୧୯ ଟୀକାକରଣ କାର୍ଯ୍ୟକ୍ରମରେ ପାରାମେଡିକଲ, ଡାକ୍ତର, ଷ୍ଟାଫନର୍ସ, ଫାର୍ମାସିଷ୍ଟ, ପ୍ରାଇଭେଟ ପ୍ରାକ୍ଟିସନର, ଆମ୍ବୁଲାନ୍ସ ଷ୍ଟାଫ ଏବଂ ଆଉଟ ସୋର୍ସିଙ୍ଗ ଷ୍ଟାଫ ପ୍ରମୁଖ ମୋଟ ୬ ହଜାର ୯୯୩ ଜଣଙ୍କୁ ସାମିଲ କରାଯିବାକୁ ସ୍ଥିରୀକୃତ ହୋଇଛି ବୋଲି କୁହାଯାଇଛି। 

ଏଥିରେ  ମୁଖ୍ୟତଃ ସମସ୍ତ ବ୍ଲକରୁ ଆସିଥିବା ସ୍ବାସ୍ଥ୍ୟ ଦଳ, ଯେଉଁମାନେ କି  କୋଭିଡ୍-୧୯ ଟୀକାକରଣ  କାର୍ଯ୍ୟକ୍ରମ ବେଳେ ନିୟୋଜିତ ହେବେ , ସେମାନେ ଉପସ୍ଥିତ ରହି ସମସ୍ତ ପୂର୍ବାଭ୍ୟାସ ପ୍ରକ୍ରିୟା କାର୍ଯ୍ୟକ୍ରମକୁ ବାହାରେ ରହି ଦେଖିଥିଲେ।  ସେହିଭଳି ଜିଲ୍ଲାର ରାୟଗଡ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ କୋଭିଡ୍-୧୯ ଟୀକାକରଣ ପାଇଁ ଡ୍ରାଇରନ ପୂର୍ବାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

Leave A Reply

Your email address will not be published.