ଓଡ଼ିଶା ମୋ ପରିବାର- ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ସ୍ବେଚ୍ଛାସେବୀ ଅଶ୍ୱିନୀ ତ୍ରିପାଠୀ ସମ୍ମାନିତ

0

ବରଗଡ :ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଏବଂ ଜନସେବା ରକ୍ତଦାନ ପରିବାର ର ମିଳିତ ଉଦ୍ୟମ ରେ ଆଜି ବରପାଲି ସ୍ଥିତ ଲେନ୍ଦା ଗ୍ରାମ ରେ ପ୍ରଥମ ଥର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସମୁଦାୟ ୫୮ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଅବସସରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ବରଗଡ଼ ଜିଲ୍ଲା ସହ ସଂଯୋଜକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ ଙ୍କୁ ସମ୍ବର୍ଦ୍ଧିତ  କରାଯାଇଥିଲା । ତାଙ୍କୁ ସମ୍ମାନିତ କରିଥିବାରୁ ଶ୍ରୀ ତ୍ରିପାଠୀ ଓଡିଶା ମୋ ପରିବାର ର ଜିଲ୍ଳାସଂଯୋଜକ ଗୌରହରୀ ମିଶ୍ର ଙ୍କୁ ଅନେକ ଅନେକ ଧନ୍ୟବାଦ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ବିଜେପୁର  ନିର୍ବାଚନ ମଣ୍ଡଳୀର ବିଧାୟିକା  ଶ୍ରୀମତୀ ରିତାସାହୁ ଯୋଗଦେଇ ଥିଲେ। ସମସ୍ତ ରକ୍ତ ଦାତା ଏବଂ ସହଯୋଗୀ ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି ଉପସ୍ଥିତ ଅତିଥି ମାନେ ତଥା ମୋ ପରିବାର ର ଶ୍ରୀ ଗୌରହରି ମିଶ୍ର । 

Leave A Reply

Your email address will not be published.