ପୁରନ୍ଦେଶ୍ୱରୀଙ୍କୁ ଭଞ୍ଜନଗରରେ ସ୍ୱାଗତ ; ଗାଙ୍ଗପୁରରେ ଘୁମୁସର ସାଙ୍ଗଠନିକ ଜିଲ୍ଲା କର୍ମକର୍ତ୍ତାଙ୍କ ସହ ବୈଠକ 

0

ଭଞ୍ଜନଗର ( ନିଲୁ ବିଷୋୟୀ ) – ନୂତନ ରାଜ୍ୟ ବିଜେପି ପ୍ରଭାରୀ ଡ଼ି.ପୁରନ୍ଦେଶ୍ୱରୀଙ୍କୁ ଶୁକ୍ରବାର ଭଞ୍ଜନଗର ଠାରେ ଦଳ ପକ୍ଷରୁ ସ୍ୱାଗତ କରାଯାଇଛି। କନ୍ଧମାଳ ଜିଲ୍ଲାରୁ ଗାଙ୍ଗପୁର ଅଭିମୁଖେ ଦଳୀୟ କାଯ୍ୟକ୍ରମରେ ଯୋଗ ଦେବା ପାଇଁ ଯିବା ବାଟରେ  ମୁଜାଗଡ଼ ଓ ଭଞ୍ଜନଗର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଡ଼ି.ପୁରନ୍ଦେଶ୍ୱରୀ କିଛି ସମୟ ଅଟକିଥିଲେ। ଅଞ୍ଚଳର ନେତା ଓ କର୍ମକର୍ତ୍ତା ମାନେ ତାଙ୍କୁ ସ୍ବାଗତ କରିବା ସହ ଦଳୀୟ ସଂଘଠନ କିଭଳି ସୁଦୃଢ ସେ ନେଇ ଆଲୋଚନା କରିଥିଲେ। ଏହା ପରେ ସେ ଗାଙ୍ଗପୁର ଯାଇ ସେଠାରେ ଆୟୋଜିତ ବିଜେପି କାର୍ଯ୍ୟକର୍ତା ବୈଠକ ଯୋଗ ଦେଇଥିଲେ।

ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଙ୍କ ସଭାପତିତ୍ୟରେ ଆୟୋଜିତ ବୈଠକରେ ପ୍ରଥମ ଥର ପାଇଁ ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରଭାରୀ ଡ଼ି.ପୁରନ୍ଦେଶ୍ୱରୀ  ଯୋଗଦାନ ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର,ଘୁମୁସର ଜିଲ୍ଲା ପ୍ରଭାରୀ ସୁରତ ବିଶ୍ୱାଳ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ,ରାଜ୍ୟ ବିଜେପି ଉପସଭାପତି ଅନିତା ଶୁଭଦର୍ଶିନୀ ପ୍ରମୁଖ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଘୁମୁସର ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ,ବହୁ ବିଜେପି କର୍ମୀ ଯୋଗଦେଇଥିଲେ।

ଘୁମୁସର ଜିଲ୍ଲାରେ ବିଜେପି ସଂଗଠନ କୁ ମଜୁବୁତ କରିବା ପାଇଁ ରାଜନୈତିକ ଗୁରୁମନ୍ତ୍ର ଦେଇଥିଲେ ସମସ୍ତ କର୍ମୀ ମାନଙ୍କୁ। କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା କୁ ରାଜ୍ୟ ସରକାର ନିଜେ ଦେଉଥିବା କହି ରାଜ୍ୟ ବାସୀଙ୍କୁ ଭୁଆଁ ବୁଲାଉଛନ୍ତି।କୋଭିଡ ସମୟରେ କେନ୍ଦ୍ର ଅନୁଦାନଙ୍କୁ ସଠିକ ଭାବରେ କାମରେ ଲଗାଇନାହଁନ୍ତି ତାହା ମଧ୍ୟ ଲୋକଙ୍କ ଦୃଷ୍ଟିକୁ ଅଣାଯିବ ବୋଲି କହିଛନ୍ତି ଡ଼ି ପୁରନ୍ଦେଶ୍ୱରୀ।ଆଗାମୀ ଦିନରେ ବିଜେଡି ବିରୋଧରେ ବିଜେପି କର୍ମୀମାନେ ରାଜ ରାସ୍ତାକୁ ଓଲହାଇବେ ବୋଲି ବିଜେପି ନେତାମାନେ ଚେତାବନୀ ଦେଇଥିଲେ ।

Leave A Reply

Your email address will not be published.