୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଶ୍ରମ ଅଧିକାରୀ 

0

ନୂଆପଡ଼ା (ଅମିତ ପୁରୋହିତ) : ଭିଜିଲାନ୍ସ ଜାଲରେ ଜିଲ୍ଲା ଶ୍ରମ ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଧରାପଡ଼ିଛନ୍ତି ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀ।

ସୂଚନା ଅନୁସାରେ ବୋଡେ଼ନ ବ୍ଲକ ପଲସଦା ଗ୍ରାମର ଶ୍ରମିକ ଏଜେଣ୍ଟ ଶ୍ରୀନିବାସ ବେହେରା ୨୦୦ ଜଣ ଶ୍ରମିକଙ୍କ ନାମ ପଞ୍ଜିକରଣ ପାଇଁ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଶ୍ରମିକଙ୍କ ନାମ ପଂଜିକରଣ ପାଇଁ ଶ୍ରମ ଅଧିକାରୀଙ୍କୁ କହିଥିଲେ। ତେ‌ବେ ଜଣେ ଶ୍ରମିକଙ୍କ ନାମ ପଞ୍ଜିକରଣ ବାବଦରେ ୭୦ ଟଙ୍କା ସରକାରୀ ଫିଜ ରହିଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପାଣିଗ୍ରାହୀ ପ୍ରତ୍ୟେକ ଶ୍ରମିକ ପିଛା ପଞ୍ଜିକରଣ ପାଇଁ ୨୦୦ ଟଙ୍କା ଦାବି କରିଥିଲେ। ୨୦୦ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ଶ୍ରୀନିବାସଙ୍କ ଠାରୁ ମୋଟ ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନିଜ କାର୍ଯ୍ୟାଳୟରେ ଧରା ପଡିଥିବା ନେଇ ଭିଜିଲାନ୍ସ ଡ଼ିଏସ୍‌ପି ସତ୍ୟବାନ ମହାନନ୍ଦ ପ୍ରକାଶ କରିଛନ୍ତି। 

Leave A Reply

Your email address will not be published.