ଦିବଂଗତ ସିଆରସିସିଙ୍କ ପରିବାରକୁ ଶିକ୍ଷକ ସଂଘର ଆର୍ଥିକ ସହାୟତା ପ୍ରଦାନ। 

0 1

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ାର ମୁଣ୍ଡାପଡ଼ା ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପୂର୍ବତନ ସିଆରସିସି ସରବାହାଲର ସ୍ବର୍ଗତ ସତ୍ୟନାରାୟଣ ନାଏକଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା କରିଛନ୍ତି ଝାରସୁଗୁଡ଼ା ପ୍ରାଥମିକ ଶିକ୍ଷକ ସଂଘ। ଗତକାଲି ଝାରସୁଗୁଡ଼ା ସର୍କଲ ଓ ବ୍ଲକର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସ୍ବର୍ଗତ ନାୟକଙ୍କ ବାସଭବନକୁ ଯାଇ ପରିବାରକୁ ସମବେଦନା ଜଣାଇଥିଲେ ଏବଂ ଦଶ ହଜାର ଟଙ୍କାର ଏକ ଚେକ ତାଙ୍କର ଜ୍ୟେଷ୍ଠା କନ୍ୟା କୁମାରୀ ପ୍ରତିଭା ଦେବୀ ନାଏକଙ୍କୁ ପ୍ରଦାନ କରିଥିଲେ। ଏତଦବ୍ୟତୀତ ସ୍ବର୍ଗତ ନାୟକଙ୍କ ମରଣୋପରନ୍ତ ସମସ୍ତ ଆବଶ୍ୟକୀୟ କାଗଜପତ୍ର ଓ ପ୍ରାପ୍ୟ ଅର୍ଥରାଶି କିପରି ପାଇ ପାରିବେ, ସେ ବିଷୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରି ପରିବାରକୁ ସମସ୍ତ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ। 

ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସଂଘ ସଭାପତି ଶ୍ରୀ ହେମସାଗର ଚୌଧୁରୀ, ବ୍ଲକ ସଂଘ ସଭାପତି ଶ୍ରୀ ଅଶୋକ କୁମାର ମହାପାତ୍ର, ବ୍ଲକ କୋଷାଧ୍ୟକ୍ଷ ଶ୍ରୀ ଅଶୋକ କୁମାର ପଟ୍ଟନାୟକ, ବ୍ଲକ ସଂଘ ଉପ ସଭାପତି ଶ୍ରୀ ରମାକାନ୍ତ ବିଶ୍ବାଳ ତଥା ବ୍ଲକ ସଂଘ ସାଂଗଠନିକ ସମ୍ପାଦକ ଶ୍ରୀ ସୁରେଶ ବିଶି ପ୍ରମୁଖ ପରିବାର ସହ ସାକ୍ଷାତ କରିଥିଲେ।

Leave A Reply

Your email address will not be published.