ରେଢ଼ାଖୋଲ କୋରନା ମହାମାରୀ ଟୀକା କରଣ ପାଇଁ ମକ ଡ୍ରିଲ।

0

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସାରା ବିଶ୍ୱରେ କୋରନା ମହାମାରୀ ଜନ ଜୀବନକୁ ପ୍ରଭାବିତ କରି ପକାଇଛି। ଏହାର ନିରାକରଣ ପାଇଁ ସାରା ବିଶ୍ୱରେ ଚିନ୍ତାର ବିଷୟ ହୋଇ ଯାଇଛି। ମାତ୍ର ଏହି ମହାମାରୀ ରୋଗ ପାଇଁ ଭେକ୍ସିନ ବାହାରି ଥିବା ଜଣା ଯାଇଛି। ହେଲେ ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଏକ ମକ ଡ୍ରିଲ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ବିପିନ ବିହାରୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ଡାକ୍ତରଖାନା ପରିଚାଳକ ଦୀପକ କୁମାର ନନ୍ଦ, ଆଇସିଟିସି ପ୍ରଦୀପ କୁମାର ଜେନା,ଏଲଏଚବି କୌଶଲ୍ୟା ବାଘ, ଫାର୍ମାସିଷ୍ଟ  ରମେଶ କୁମାର ପ୍ରଧାନ, ଏଏନଏମ ପ୍ରଣତି ମିଶ୍ର, ଯମୁନା ନାୟକ, ହେଲଥ ଡେ଼କ୍ସ ପରିଚାଳକ ରାକେଶ କୁମାର ଦେହୁରୀ,  ଡାକ୍ତରଖାନା ସୁପର ଭାଇଜର କିଶୋର ଚନ୍ଦ୍ର କର୍ଣ, ପ୍ରମୁଖ କର୍ମଚାରୀମାନେ ମକ ଡ୍ରିଲରେ ସାମିଲ ହୋଇଥିଲେ।

Leave A Reply

Your email address will not be published.