ମନରେଗା ରେ ମେସିନ କାମକୁ  ବିରୋଧ । 

0 1

ଭଞ୍ଜନଗର / ଜଗନ୍ନାଥ ପ୍ରସାଦ ( ନିଲୁ ବିଷୋୟୀ ) – ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକଝାଡଭୂମି ଗାଁ କାଳୀ ମନ୍ଦିର ନିକଟରେ ଏକ ରାସ୍ତା ନିର୍ମାଣ ପାଇଁ ବିଳମ୍ବିତ ରାତିରେ ମେସିନ ରେ ମାଟି ଖୋଳି ଟ୍ରାକ୍ଟର ରେ ବୋହି ନେଇ ପକାଉଥିବା ବଳେ ସେହି ସାହିର ମହିଳା ମାନେ ରାତି ପ୍ରାୟ ଦଶଟା ସମୟରେ ମେସିନ ରେ କାମ କରିବାକୁ ବିରୋଧ କରିଥିଲେ। ମାଟି ବୋଝେଇ ପାଞ୍ଚଟି ଟ୍ରାକ୍ଟର ଗାଡିକୁ ରାତିସାରା ଅଟକ ରଖି ରାତି ସାରା ଜଗିରହିଥିଲେ ।ସ୍ଥାନୀୟ ମହିଳା ଙ୍କ କହିବା କଥା ସେମାନେ ଦିନ ମଜୁରିଆ ଶ୍ରେଣୀର ଲୋକ କିନ୍ତୁ ତଥାପି ତାଙ୍କୁ କାମ ଦିଆଯାଉନାହିଁ । ମନରେଗା କାମକୁ ରାତି ଅଧିଆ ମେସିନ ରେ ମାଟି ଖୋଳି ଟ୍ରାକ୍ଟର ଲଗାଇ କାମ କରୁଛନ୍ତି।ପରବର୍ତୀ ସମୟରେ ବିଲ କରିନେଉଛନ୍ତି।

 ପ୍ରଶାସନ ଏଠାରେ ପହଁଚି ଘଟଣାର ତଦନ୍ତ କରିବାସହ ଆମକୁ କାମ ଦିଆଯାଉ ବୋଲେ ମହିଳା ମାନେ ଦାବି ଜଣାଇଛନ୍ତି 

Leave A Reply

Your email address will not be published.