(ରମାକାନ୍ତ ବିଶ୍ବାଳ)ସମ୍ବଲପୁର : ସମ୍ବଲପୁର ରେ ପୁଣି ଛୁରା ମାଡ । ଟାଉନ ଥାନା ଅର୍ନ୍ତଗତ ସେନପାର୍କ ନିକଟରେ ବୁଧଵାର ସଧ୍ୟାରେ ଗୋଷ୍ଟି ସଂଘଷ ଯୋଗୁଁ ଛୁ୍ରା ମାଡ ହୋଇଛି । ସାକ୍ଷୀପଡା ଅଂଚଳ ଶେଖ ଇମ୍ରାନ ସେନପାର୍କ ନିକଟେ ଥିବା ବେଳେ ପୁର୍ବ ଶତ୍ରୁତା ନେଇ କିଛି ଯୁବକ ସହ ଯୁକ୍ତିତର୍କ ହୋଇଥିଲା । ଫଲରେ ଉକ୍ତ ଯୁବକ ମାନେ ଅତ୍ତକିତ ଭାବେ ଶେଖ ଇମ୍ରାନ କୁ ଛୁରା ମାଡ କରିଥିଲେ ।ତେବେ ପେଟର ବାମ ପଟରେ ଆଘାତ ହୋଇଛି ।ପରେ ଟାଉନ ଥାନା ପୋଲିସ ଖବର ପାଇ ଘଟଣା ସ୍ଥଲକୁ ପହଞ୍ଚି ଯୁଵକୁ ଉଦ୍ଧାର କରି ହସ୍ପିଟାଲରେ ଭତ୍ତି କରିଥିଲା । ଆହତ ଯୁବକ ଜଣକ ଅତି ଗୁରୁତର ଥିବାରୁ ପରେ ବୁର୍ଲା ହସ୍ପିଟାଲରେ ଭତ୍ତି କରାଯାଇଛି । ତେଵେ ଏହି ଘଟଣା ରେ ପ୍ରାୟ ୧୦ ଜଣ ଯୁବକ ସାମିଲ ଥିବା ଜଣାପଡିଛି । ପୋଲିସ ଏନେଇ ଅଧିକ ତଦନ୍ତ କରଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.