ମାହାଙ୍ଗା ହତ୍ୟାକାଣ୍ଡ ପ୍ରତିବାଦ : ଆଇନ ମନ୍ତ୍ରୀଙ୍କ ଇସ୍ତଫା ଓ କୁଶପୁତ୍ତଳିକା ପୋଡିଲା ବୀରମହାରାଜପୁର ବିଜେପି ଯୁବମୋର୍ଚ୍ଚା ।

0

ବୀରମହାରାଜପୁର – (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ): ରାଜନୈତିକ ହିଂସା ଘଟଣା କ୍ରମେ ମହଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ଯା ଘଟଣାରେ ରାଜ୍ୟ ଆଇନମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି କୁ ନେଇ ରାଜ୍ୟ ବିଜେପି ଖଡଗ ହସ୍ତ ହୋଇଅଛି । ସାମ୍ପ୍ରତିକ ରାଜ୍ୟ ରାଜନୀତିରେ ବିଜେଡି ଗୋଟି ଚାଳନା ସାଧାରଣ ଜନତା ହନ୍ତସନ୍ତ ହେଉଥିବା ବେଳେ ନିଜ ପତିଆର ବୃଦ୍ଧି ପାଇଁ ଶାସକ ଦଳର ନେତୃବୃନ୍ଦ ସନ୍ଦିହାନ ଥିଲାବେଳେ ରାଜନୈତିକ ହତ୍ଯା ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ କରି ରାଜ୍ୟ ସ୍ତରରେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବାରୁ ଶାସକ ଦଳର ନେତା ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ଏହି ଘଟଣାରେ ସିଧାସଳଖ ସଂପୃକ୍ତ ନେଇ ଭାରତୀୟ ଜନତା ଜୁବ ମୋର୍ଚ୍ଚା ତରଫରୁ ବିରୋଧ କରାଯାଉଛି । ଏହି କ୍ରମରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଶ ମିଶ୍ର ଙ୍କ ଆହ୍ବାନ କ୍ରମେ ବିଜେପି ରାଜ୍ୟ ପରିଷଦ ସଭ୍ୟ ଶ୍ରୀ ବିଜୟ କୁମାର ସ୍ବାଇଁଙ୍କ ନିଦ୍ଦେର୍ଶରେ ବୀରମହାରାଜପୁର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅନ୍ନପୂର୍ଣ୍ଣା ରେସିଡେନସ ଠାରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ଏଠାରୁ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇଙ୍କ ନେତୃତ୍ବରେ ବିଶାଲ ଶୋଭାଯାତ୍ରା ବାହାରି ବସଷ୍ଟାଣ୍ଡ,  ବ୍ଲକ କାର୍ଯ୍ଯାଳୟ ଦେଇ ମୁଖ୍ୟ ଛକ ଠାରେ ଆଇନ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ତୁରନ୍ତ ମନ୍ତ୍ରୀଙ୍କୁ ଦଳରୁ ବାହାର କରାଯାଇ ତାଙ୍କୁ ଗିରଫ କରାଯାଉ ବୋଲି ଦଳ ଦାବି କରିଛି । ଜିଲା ସଭାପତି ପ୍ରମୋଦ ମହାପାତ୍ର, ଜିଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ,  ଜିଲା ଉପସଭାପତି ସତ୍ଯ ମିଶ୍ର, ଜିଲା ସଂଯୋଜକ ବେଣୁଧର ଦାସ, ବାଗବର ସରପଞ୍ଚ ବ୍ୟୋମକେଶ ପଣ୍ଡା  ଓ ଜିଲା ସମ୍ପାଦିକା ନଳିନୀ ପଣ୍ଡା ଙ୍କ ସହ ଶତାଧିକ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ଶୋଭାଯାତ୍ରାରେ ସାମିଲ ଥିଲେ ।

Leave A Reply

Your email address will not be published.