ଦାବୀ ପୂରଣ କଲେ ସରକାର-କୋଲାବିରା ଡାକ୍ତରଖାନାକୁ ୧୦୮ ଆମ୍ବୁଲାନ୍ସ ପ୍ରଦାନ କଲେ। 

0

ମାଲିମୁଣ୍ଡାରୁ ଓଏମପିକୁ ସଂଯୋଗ କରୁଥିବା ରାସ୍ତାକୁ ମଧ୍ୟ ଉଦଘାଟନ କଲେ। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଅନେକ ଦିନରୁ କୋଲାବିରାବାସୀ ଦାବୀ କରି ଆସୁଥିଲେ ଏକ ଆମ୍ବୁଲାନ୍ସ। ଶେଷରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ସେମାନଙ୍କର ଦାବୀ ପୂରଣ ହୋଇଛି । ସରକାରଙ୍କ ତରଫରୁ ଆଜି ଏକ ୧୦୮ ଆମ୍ବୁଲାନ୍ସ କୋଲାବିରା ଡାକ୍ତରଖାନାକୁ ଯୋଗାଇ ଦିଆଯାଇଛି। ଆଜି ଏହି ଆମ୍ବୁଲାନ୍ସକୁ ଲୋକାର୍ପଣ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ। କୋଲାବିରା ବ୍ଲକ ଯୁବ ସଭାପତି ଶ୍ରୀ ପ୍ରବୀଣ କୁମାର ସାହୁ ଏଥି ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହା ବ୍ୟତୀତ ସେ କହିଛନ୍ତି ଯେ ସ୍ବାସ୍ଥ୍ୟମନ୍ତ୍ରୀ ହେବା ପରେ ସେ ଏହି ଅଞ୍ଚଳର ସ୍ବାସ୍ଥ୍ୟସେବାର ଉନ୍ନତି ନିମନ୍ତେ ଅନେକ କାର୍ଯ୍ୟ କରିଛନ୍ତି। ଡାକ୍ତରଖାନା ପରିସର ପରିଷ୍କାର ପରିଚ୍ଛନ୍ନ ରହିବା ସହ ନୂତନ ଡାକ୍ତର ମଧ୍ୟ ନିଯୁକ୍ତ ହୋଇଛନ୍ତି। କୋଲାବିରା ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଆଗାମୀ ଦିନରେ ଚିକିତ୍ସା ବ୍ୟବସ୍ଥା ଆହୁରି ଉନ୍ନତ ହୋଇପାରିବ ବୋଲି ଲୋକେ ମତ ଦେଇଛନ୍ତି। 

ଏତଦବ୍ୟତୀତ ଆଜି ମନ୍ତ୍ରୀ ଶ୍ରୀ ଦାସ ଝାରସୁଗୁଡ଼ା ପୌରାଞ୍ଚଳର ମାଲିମୁଣ୍ଡାଠାରୁ ଓଏମପି ଛକ ପର୍ଯ୍ୟନ୍ତ ୮୮.୮୮ ଲକ୍ଷ ଟଙ୍କାର ଏକ ନବନିର୍ମିତ ରାସ୍ତାକୁ ମଧ୍ୟ ଉଦଘାଟନ କରିଛନ୍ତି। ଏହା ନୂତନ ଝାରସୁଗୁଡ଼ା ନିର୍ମାଣର ଏକ ସୋପାନ ବୋଲି ସେ କହିଛନ୍ତି।

Leave A Reply

Your email address will not be published.