ଝାରସୁଗୁଡ଼ା :(ସୁଭାଷ ସହାରେ) -ଗତକାଲି ହିନ୍ଦ ମଜଦୁର ସଭାର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ,ଶ୍ରମିକନେତା ତଥା ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ପଣ୍ଡିତଙ୍କ ଜୟନ୍ତୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପାଳିତ ହୋଇଯାଇଛି। ହିନ୍ଦ ମଜଦୁର ସଭା ସହିତ ଜଡ଼ିତ ସମସ୍ତ ମଜଦୁର ସଂଘ ଏହି ଅବସରରେ ଯୋଗ ଦେଇଥିଲେ।ଏହି ଜୟନ୍ତୀରେ ସ୍ବର୍ଗତ ପଣ୍ଡିତଙ୍କ ବିଷୟରେ ଆଲୋଚନା କରିବା ସହ କର୍ମଚାରୀମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା। ଓଡ଼ିଶା ମେଡିକାଲ କର୍ମଚାରୀ ସଙ୍ଘର ନେତା ଦେବାନନ୍ଦ ବାରିକ, ସମ୍ପାଦକ ଅଫସର ପାଞ୍ଚଭୟା, ଇନ୍ଦ୍ରା ତନ୍ତି ଏବଂ ଅନ୍ୟାନ୍ୟ କର୍ମଚାରୀ ଗଣ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.